Odisha Link
Bridging the Missing Links in Odisha

କରୋନା ଯୋଦ୍ଧାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ବର: ମହାମାରୀ କରେନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାରି ମଧ୍ୟରେ ଆଜି ପୁଣି ଥରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ଯୋଦ୍ଧାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ନବୀନ। ଏନେଇ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ମୁଖ୍ୟମନ୍ତ୍ରୀ।

କରୋନା ସଂକ୍ରମିତ ରୋଗୀଙ୍କର ଚିକିତ୍ସା କରୁଥିବା ବେଳେ ଯଦି କୌଣସି ଡାକ୍ତର ବା ସ୍ବାସ୍ଥ୍ୟକର୍ମୀଙ୍କର ମୃତ୍ୟୁ ଘଟିବ, ତେବେ ସେମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ମିଳିବ। ଉଭୟ ଘରୋଇ ଓ ସରକାରୀ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ଏହି ଟଙ୍କା। ତା’ସହିତ ସେମାନଙ୍କ ପରିବାରକୁ ଅବସର ଯାଏ ପୂର୍ଣ୍ଣ ଦରମା ଏବଂ ସେମାନଙ୍କ ପରିବାରକୁ ପେନସନ୍ ବି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଏହାଛଡ଼ା ଏହି କରୋନା ଯୋଦ୍ଧାମାନଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ସଂପନ୍ନ କରାଯିବ ବୋଲି ସେ କହିଛନ୍ତି।ଜାତୀୟ ଦିବସରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦିଆଯିବ ବୋଲି ସେ କହିଛନ୍ତି।

ଅପରପକ୍ଷେ, ବିଭିନ୍ନ ସ୍ଥାନରେ ଡାକ୍ତର ମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ମୁଖ୍ୟମନ୍ତ୍ରୀ କଡ଼ା ନିନ୍ଦା କରିଛନ୍ତି। ଏଥିସହ ସେ ଆକ୍ରମଣକାରୀଙ୍କୁ ଚରମ ଚେତାବନୀ ଦେଇଛନ୍ତି। ନବୀନ କହିଛନ୍ତି, ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ପ୍ରତି ‌ଆକ୍ରମଣ ରାଜ୍ୟ ପ୍ରତି ଆକ୍ରମଣ ସଦୃଶ। ଡାକ୍ତରଙ୍କୁ ଆକ୍ରମଣ କଲେ କିମ୍ବା କାର୍ଯ୍ୟରେ ବାଧା ଦେଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଆକ୍ରମଣକାରୀଙ୍କ ବିରୋଧରେ ଏନଏସଏ ମଧ୍ୟ ଲାଗୁ କରାଯିବ। କରୋନା ଯୋଦ୍ଧାଙ୍କ ପଛରେ ସାରା ରାଜ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.