କରୋନା: ଦେଶରେ ୧୮ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ସୁସ୍ଥ ହେଲେଣି ୩୨୫୨

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନା ଧରୁନାହିଁ। ଏପରିକି ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତ ପାଇଁ ଆଶ୍ବସ୍ତି ଖବର ଏହାକି ଯେ, ଭାରତରେ କରୋନାର ୩ୟ ଷ୍ଟେଜ୍ ଏବେ ଯାଏ ପରିଲିକ୍ଷିତ ହୋଇ ନାହିଁ।
ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩୩୬ ନୂଆ କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ୪୭ଜଣଙ୍କ ମୃତ୍ୟୁ ହୋଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରେ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ, ଆଜି ସକାଳ ୮ଟା ସୁଦ୍ଧା ଦେଶରେ ୫୯୦ ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮, ୬୦୧ରେ ପହଁଞ୍ଚିଛି। ଏଥିସହିତ ଦେଶରେ ସୁସ୍ଥଙ୍କ ସଂଖ୍ୟା ୩୨୫୨ ରହିଛି ଯାହାକି ଦେଶବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି। ଅପରପକ୍ଷେ ୧୪,୭୫୯ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।