Odisha Link
Bridging the Missing Links in Odisha

ଯିଏ ବାପାର ନୁହେଁ, ସିଏ କାହାର ନୁହେଁ: ଯୋଗୀଙ୍କୁ ଏମିତି କହିଲେ ତଥାଗତ

ଭୁବନେଶ୍ବର: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂହ ବିଷ୍ଟ ଗତକାଲି ଦିଲ୍ଲୀର ଏମ୍‌ସରେ ପ୍ରାଣତ୍ୟାଗ କରିଥିବା ବେଳେ ଆଜି ତାଙ୍କର ଶେଷକୃତ୍ୟ ହେବ। ତେବେ ଏହି ଶେଷକୃତ୍ୟ ବେଳେ ଉପସ୍ଥିତ ରହିବେ ନାହିଁ ବୋଲି ଯୋଗୀ ଘୋଷଣା କରିଛନ୍ତି।

ଯୋଗୀଙ୍କର ଏଭଳି ନିଷ୍ପତ୍ତିକୁ ନେଇ ମତ ରଖିଛନ୍ତି ପୂର୍ବତନ ସାଂସଦ ତଥା ଓଡ଼ିଆ ଖବରକାଗଜ ‘ଧରିତ୍ରୀ’ର ସମ୍ପାଦକ ତଥାଗତ ସତପଥୀ। ତଥାଗତ ପ୍ରଶଂସା ନା ସମାଲୋଚନା କରିଛନ୍ତି ବୁଝା ପଡ଼ୁନାହିଁ। ସେ ନିଜ ଟ୍ବିଟରରେ ଯୋଗୀଙ୍କ ନିଷ୍ପତ୍ତି ସମ୍ପର୍କିତ ଖବର ସେ୍ଆର କରିବା ସହ ଲେଖିଛନ୍ତି, “ହିନ୍ଦୁତ୍ବର ଜଣେ ସଚ୍ଚା ସନ୍ତାନ। ତାଙ୍କ ପାଇଁ ମୁଁ ଗର୍ବିତ।” ତେବେ ଏହା ତଳକୁ ତଥାଗତ ପୁଣି ଲେଖିଛନ୍ତି, “ଓଡ଼ିଆରେ ଗୋଟିଏ ପୁରୁଣା କଥା ଅଛି- ଯିଏ ବାପାର ନୁହେଁ, ସିଏ କାହାର ନୁହେଁ।”

Comments are closed.