Odisha Link
Bridging the Missing Links in Odisha

K1 ଗ୍ରୁପ୍ ପକ୍ଷରୁ ମାସ୍କ ଓ ଖାଦ୍ୟ ବଣ୍ଟନ

ଭୁବନେଶ୍ୱର: କରୋନା ବିରୋଧରେ ବିଶ୍ବବ୍ୟାପୀ ଚାଲିଥିବା ଲଢ଼େଇରେ ସାମିଲ ହୋଇଛି ରାଜ୍ୟର ଅଗ୍ରଣୀ ସୁକ୍ୟୁରିଟି ସଂସ୍ଥା K1 ଗ୍ରୁପ୍। ଲକ୍‌ଡାଉନ୍‌ ଅସୁବିଧା ବେଳେ ଗରିବ ଓ ଅସହାୟ ଲୋକଙ୍କ ପାଇଁ ସହଯୋଗର ହାତ ବଢ଼ାଇଛି ଏହି ଅନୁଷ୍ଠାନ।

K1 ଗ୍ରୁପ୍ ଓ ୱିନର ସିକୁ୍ୟରିଟି ସଂସ୍ଥା ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମାସ୍କ ବିତରଣ ଓ ଖାଦ୍ୟ ବଣ୍ଟନ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସଂସ୍ଥାର ଶହଶହ କର୍ମଚାରୀ ଏବେ ଏଭଳି ସମାଜସେବା କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ସଂସ୍ଥାର ନିର୍ଦ୍ଦେଶକ ବୈଭବ ଚୌଧୁରୀଙ୍କ ନେତୃତ୍ୱରେ ସୁନ୍ଦରଗଡ଼, ଖୋର୍ଦ୍ଧା, ଭଦ୍ରକ, କେନ୍ଦୁଝର, କୋରାପୁଟ ଜିଲ୍ଲାର ବିଭିନ୍ନ ଅଂଚଳରେ ଗରିବଲୋକଙ୍କୁ ମାସ୍କ, ସାନିଟାଇଜର, ରାସନ ଓ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି। ଏ ସମ୍ପର୍କରେ ଶ୍ରୀ ଚୌଧୁରୀ କହିଛନ୍ତି ଯେ, କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍ ଜାରି ରହିଥିବାରୁ ଅନେକ ଲୋକ ରୋଜଗାର ପାଇପାରୁନାହାନ୍ତି। ସେମାନେ ଅସହାୟ ଅବସ୍ଥାରେ ରହିଛନ୍ତି। ନିଜର ସାମାଜିକ ଉତ୍ତରଦାୟିତ୍ୱକୁ ହୃଦବୋଧ କରି — ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଶ୍ରୀଚୌଧୁରୀ କହିଛନ୍ତି।

Comments are closed.