ଆର୍ଏସ୍ଏସ୍ ମୁଖ୍ୟଙ୍କ ଭିଡିଓ ବାର୍ତ୍ତା: କିଛି ଲୋକଙ୍କ କାର୍ଯ୍ୟ ପାଇଁ ସାରା ସଂପ୍ରଦାୟକୁ ଦୋଷ ଦିଅନାହିଁ

ଭୁବନେଶ୍ବର: ଆଜି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଅଧ୍ୟକ୍ଷ ମୋହନ ଭାଗବତ ସଂଘର ସ୍ବେଚ୍ଛାସେବୀଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ନିଜାମୁଦ୍ଦିନ୍ ମର୍କାଜା ଘଟଣା ବୋଲି ସିଧାସଳଖ ନ କହିଥିଲେ ମଧ୍ୟ ପରୋକ୍ଷରେ ଏହି ଘଟଣାକୁ ନେଇ ଚାଲିଥିବା ଅରୋପ-ପ୍ରତ୍ୟରୋପ ଉପରେ ମତ ରଖିଛନ୍ତି ଭାଗବତ। ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ “ବର୍ତ୍ତମାନ ପରିସ୍ଥିତି ଓ ଆମର ଭୂମିକା” ଶୀର୍ଷକ ବକ୍ତବ୍ୟ ରଖିଛନ୍ତି ସଂଘ ମୁଖ୍ୟ।
ମୋହନ ଭାବଗତ କହିଛନ୍ତି- କିଛି ଲୋକ ଭୟରେ ବା ରାଗରେ ଯେଉଁ କାର୍ଯ୍ୟ କରିଛନ୍ତି ସେଥିପାଇଁ ସମଗ୍ର ସଂପ୍ରଦାୟକୁ ଦୋଷ ଦିଆଯିବା ଅନୁଚିତ। ଦୋଷ ଥିବା ଲୋକ ସର୍ବତ୍ତର ଅଛନ୍ତି। ଦେଶର ସ୍ବାର୍ଥରକ୍ଷା ପାଇଁ ସମସ୍ତେ ପ୍ରତିକାର କରିବା ଆବଶ୍ୟକ ସର୍ବଦା ସହଯୋଗ କରିବା ଉଚିତ। ହିଂସା ଖେଳାଇବା ପାଇଁ ଲୋକ ଅଛନ୍ତି। ସେମାନେ ସେମାନଙ୍କର ଖେଳ ଖେଳୁଛନ୍ତି। କିଛି ଲୋକ ଏମିତି ବି ଭାବୁଛନ୍ତି “ଭାରତ ତେରେ ଟୁକୁଡ଼େ ହୋଙ୍ଗେ।”
ଭାଗବତ ପୁନଶ୍ଚ କହିଛନ୍ତି- ଏମିତି ଲୋକଙ୍କ ଠାରୁ ଆମକୁ ସୁରକ୍ଷିତ ରହିବାକୁ ହେବ। ଏମାନଙ୍କୁ ନେଇ ଆମେ ପ୍ରତିକ୍ରିୟାଶୀଳ ହେବାନାହିଁ କିମ୍ବା ହିଂସା କରିବା ନାହିଁ। ୧୩୦ କୋଟି ଜନତା ଆମର ଭାଇ ଓ ଭାରତ ମାତାର ସନ୍ତାନ। ଉଭୟ ପକ୍ଷରୁ କେଉଁଠି ବି ଭୟ କିମ୍ବା ରାଗ ରହିବା ଅନୁଚିତ। ଯେଉଁମାନେ ସଂପ୍ରଦାୟକୁ ନେତୃତ୍ବ ଦେଉଛନ୍ତି ସେମାନେ ଏଥିରୁ ସଂପ୍ରଦାୟକୁ ବଞ୍ଚାଇ ରଖନ୍ତୁ। ସେମାନେ କୌଣସି ବି ପ୍ରକାର ରାଗ ଓ ଭୟରୁ ସେମାନଙ୍କ ସଂପ୍ରଦାୟକୁ ଦୂରେଇ ରଖିବା ଉଚିତ।
ଅର୍ଏସ୍ଏଓ୍ ମୁଖ୍ୟ କହିଛନ୍ତି ଯେ ଯଦି ଆମେ ଏଭଳି ନ କରିବା କ’ଣ ଘଟିବ? ମହାରାଷ୍ଟ୍ରରେ ଦୁଇଜଣ ସନ୍ନ୍ୟାସୀଙ୍କୁ ହତ୍ୟା କରାଗଲା। ଏହା ଉଚିତ୍ ଥିଲା କି? ପୁଲିସ କ’ଣ କରିବା ଉଚିତ? ଆମେ ଏ ବାବଦରେ ଚିନ୍ତା କରିବା ଉଚିତ। ସେମାନଙ୍କ ମୃତ୍ୟୁରେ ଆମେ ସମସ୍ତେ ମ୍ରୀୟମାଣ। ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଆମକୁ ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ପ୍ରଦତ୍ତ ମାର୍ଗ ଅନୁସରଣ କରିବାକୁ ହେବ।