Odisha Link
Bridging the Missing Links in Odisha

ମାସ୍କ ପିନ୍ଧି ନ ଥିଲେ ଜିଲ୍ଲାପାଳ, ତଣ୍ଡ ଆଦାୟ କଲେ ତହସିଲଦାର!

ଜଗତସିଂହପୁର: କରୋନା ଜନିତ ଲକ୍‌ଡାଉନ୍‌ ସମୟରେ ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ଜଣେ ଜିଲ୍ଲାପାଳ ଏହା ଅମାନ୍ୟ କରି ଜରିମାନା ଦେଇଛନ୍ତି। ଜିଲ୍ଲାପାଳଙ୍କ ଠାରୁ ୨୦୦ ଟଙ୍କା ଆଦାୟ କରିଛନ୍ତି ତହସିଲଦାର।

ଅବଶ୍ୟ ତଣ୍ଡ ଗଣିଥିବା ଏ ଜିଲ୍ଲାପାଳ ଜଣଙ୍କ କୌଣସି ଜିଲ୍ଲାର ମୁଖିଆ ନୁହନ୍ତି। ସେ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ସରପଞ୍ଚ ପ୍ରମୋଦ ଜେନା, ଯାହାଙ୍କୁ ଗତ ସପ୍ତାହରେ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସରପଞ୍ଚ ଜଣକ ମାସ୍କ ନ ପିନ୍ଧି ବଜାରରେ ବୁଲୁଥିବା ବେଳେ ତନଖି କରୁଥିବା ସ୍ଥାନୀୟ ତହସିଲଦାରଙ୍କ ହାବୁଡ଼ରେ ପଡ଼ିଥିଲେ। ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ତହସିଲଦାର ତାଙ୍କ ଠାରୁ ୨୦୦ ଟଙ୍କା ଜରିମାନା ମାଗିଥିଲେ ଓ ଶ୍ରୀ ଜେନା କୌଣସି ପ୍ରତିବାଦ ନ କରି ହସି ହସି ଟଙ୍କା ବଢ଼ାଇ ଦେଇଥିଲେ।

Comments are closed.