Odisha Link
Bridging the Missing Links in Odisha

ବଡ଼ ଘୋଷଣା: ରାଜ୍ୟକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ବର: ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ରାଜ୍ୟକୁ ଫେରି ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ସମସ୍ତ ଖର୍ଚ୍ଚ ବହନ କରିବେେ ରାଜ୍ୟ ସରକାର। ଏନେଇ ପଞ୍ଚାୟତିରାଜ ଓ ଗୃହ ନିର୍ମାଣ ବିଭାଗକୁ ଚିଠି ଲେଖିଛନ୍ତି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ।

ପ୍ରବାସୀ ଓଡ଼ଆଙ୍କ ପାଇଁ ରାଜ୍ୟରେ ହେବ ଅସ୍ଥାୟୀ ମେଡିକାଲ କ୍ୟାମ୍ପ। ରାଜ୍ୟକୁ ଫେରିବା ପରେ ପରେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖିବା ପାଇଁ ବ୍ୟବସ୍ଥ କରାଯାଇଛି। ପ୍ରବାସୀ ଓଡ଼ିଆଙ୍କ କ୍ୱାରେଣ୍ଟାଇନରେ ରହିବା, ଖାଦ୍ୟପାନୀୟ, ସ୍ୱଛତା ରକ୍ଷା ଠାରୁ ଆରମ୍ଭ କରି ମନୋରଂଜନ ପାଇଁ ବ୍ୟବସ୍ଥା କରିବେ ସରକାର। କ୍ୱାରେଣ୍ଟାଇନରେ ୧୪ ଦିନ ପାଇଁ ଜଣ ପିଛା କେତେ ଖର୍ଚ୍ଚ ହେବ ସେ ନେଇ ମଧ୍ୟ ସରକାର ଘୋଷଣା କରିଛନ୍ତି।

କ୍ୱାରେଣ୍ଟାଇନରେ ପ୍ରତି ସାବାଳକଙ୍କ ପାଇଁ ଜଣ ପିଛା ଖାଦ୍ୟ ବାବଦରେ ଖର୍ଚ୍ଚ ହେବ ୧୨୦ ଟଙ୍କା ଓ ୧୪ ବର୍ଷରୁ କମ୍ ବୟସ ପିଲାଙ୍କ ପାଇଁ ଖାଦ୍ୟ ବାବଦରେ ୧୦୦ ଟଙ୍କା ଖର୍ଚ୍ଚ ହେବ। ପ୍ରତି ବ୍ୟକ୍ତିଙ୍କ ସ୍ୱଛତା ରକ୍ଷା ବାବାଦରେ ୩୦୦ ଟଙ୍କା।

ସେହପିରି ପତିଦିନ ଦିନକୁ ୪ଥର ଖାଇବାକୁ ମଧ୍ୟ ଦେବେ ସରକାର। ପ୍ରତ୍ୟେକ ଦିନ ସକାଳ ୮ଟାରୁ ୯ଟା ମଧ୍ୟରେ ଜଳଖିଆ , ମଧ୍ୟାହ୍ନ ୧୨ଟା ୩୦ରୁ ୨ ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ, ସଂଧ୍ୟାରେ ଚା ଓ ବିସ୍କିଟ୍ ଏବଂ ସାଢେ ୭ଟାରୁ ୯ଟା ମଧ୍ୟରେ ରାତ୍ରି ଭୋଜନ ଯୋଗାଇ ଦିଆଯିବ କ୍ୱାରେଣ୍ଟାଇନ କ୍ୟାମ୍ପରେ। ଏଥିସହିତ କ୍ୱାରେଣ୍ଟାଇନ କ୍ୟାମ୍ପରେ ସମସ୍ତଙ୍କୁ ଦାନ୍ତ ଘଷା ବ୍ରସ ଠାରୁ ଆରମ୍ଭ କରି ସାବୁନ, ତେଲ, ମାସ୍କ , ସାନିଟାଇଜର, ମଗ , ବାଲଟି ପ୍ରଭୃତି ଯୋଗାଇ ଦିଆଯିବ। ପ୍ରତ୍ୟକ ବେଡ ପାଇଁ ଦୁଇଟି ବେଡସିଟ୍ ଓ ଦୁଇଟି ତକିଆ ରହିବ।

ସଫାସୁତୁରା, ସାନିଟାଇଜେସନ, ସୁରକ୍ଷା ବାବଦରେ ଦୈନିକ ଖର୍ଚ ୨ ହଜାର ଟଙ୍କା ଭିଚରେ ରଖାଯିବ। ଟେମ୍ପରାରି ମେଡିକାଲ କ୍ୟାମ୍ପରେ ପ୍ରତ୍ୟକ ବ୍ୟକ୍ତି ଓ ତାଙ୍କ ବାବଦରେ ଖର୍ଚ୍ଚକୁ ରେଜିଷ୍ଟ୍ରାରରେ ଲେଖାଯିବ। ପ୍ରତ୍ୟେକ ଜିଲ୍ଲା ଏହାର ସମସ୍ତ ତଥ୍ୟକୁ ୱେବସାଇଟରେ ଅପଲୋଡ୍ କରିବେ ବୋଲି କହିଛନ୍ତି ସରକାର। ପ୍ରତ୍ୟେକ ଦିନ ଏସବୁ କାମର ତଦାରଖ କରାଯିବ ବୋଲି ରାଜ୍ୟ ସରକାର କହିଛନ୍ତି।

Comments are closed.