Odisha Link
Bridging the Missing Links in Odisha

ବଦଳିଲା ଆମେରିକା: ଭାରତର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଅନ୍‌ଫଲୋ କଲା ‘ହ୍ୱାଇଟ୍‌ ହାଉସ୍‌’

ନୂଆଦିଲ୍ଲୀ: ମହାମାରୀ କରୋନା ସଙ୍କଟ ମଧ୍ୟରେ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର କ୍ଷମତା କେନ୍ଦ୍ର ‘ହ୍ୱାଇଟ୍‌ ହାଉସ୍‌’ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଟୁଇଟରରେ ଫଲୋ କରିଥିଲା। ହେଲେ ୨୦ ଦିନ ନପୁରୁଣୁ ପୁଣିଥରେ ଅନଫଲୋ କରିଛି ‘ହ୍ୱାଇଟ୍‌ ହାଉସ୍‌’।

ଭାରତ ହାଇଡ୍ରୋକ୍ସି କ୍ଲୋରକୁଇନ୍‌ ଔଷଧ ଆମେରିକାକୁ ଦେଇ ସାହାଯ୍ୟ କରିଥିଲା। ଏହାର କିଛିଦିନ ପରେ ଅର୍ଥାତ୍‌ ଏପ୍ରିଲ ୧୦ ତାରିଖରେ ‘ଦି ହ୍ୱାଇଟ୍‌ ହାଉସ୍‌’ ଭାରତର ପ୍ରଧାନମନ୍ତ୍ରୀଙ୍କ ସମେତ ୫ ଭାରତର ୫ ଟୁଇଟର ହ୍ୟାଣ୍ଡେଲକୁ ଫଲୋ କରିବା ଆରମ୍ଭ କରିଥିଲା। ଏହାରିମଧ୍ୟରେ ଏହି ୬ ଟୁଇଟର ହ୍ୟାଣ୍ଡେଲକୁ ଅନଫଲୋ କରି ଦେଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀଙ୍କ କାଯ୍ୟାଳୟ, ରାଷ୍ଟ୍ରପତି ଭବନ, ଆମେରିକାରା ଭାରତର ଦୂତବାସ, ଭାରତରେ ଆମେରିକାର ଦୂତବାସଙ୍କ ବ୍ୟତୀତ ଭାରତରେ ଆମେରିକା ରାଜଦୂତ କେନ୍‌ ଜଷ୍ଟରଙ୍କୁ ‘ହ୍ୱାଇଟ୍‌ ହାଉସ୍‌’ ଏପ୍ରିଲ ୧୦ ତାରିଖରେ ଫଲେ କରିଥିଲା। ଫଳରେ ‘ହ୍ୱାଇଟ୍‌ ହାଉସ୍‌’ ଫଲୋ କରୁଥିବା ଟୁଇଟର ହ୍ୟାଣ୍ଡେଲ ସଂଖ୍ୟା ଥିଲା ୧୯ରେ। ହେଲେ ଏହିସବୁ ଟୁଇଟଣ ହ୍ୟାଣ୍ଡେଲକୁ ପୁଣିଥରେ ଅନଫଲୋ କରିଦେଇଛି  ହ୍ବାଇଟ ହାଉସ୍। ବର୍ତ୍ତମାନ ୧୩ଟି ଟୁଇଟର ହ୍ୟାଣ୍ଡେଲକୁ ଫଲୋ କରୁଛି ହ୍ବାଇଟ ହାଉସ୍।

ସୂଚନାଥାଉକି, ଆମେରିକା ଅନ୍ୟ କୌଣସି ଦେଶ କିମ୍ବା ଏହାର ରାଷ୍ଟ୍ରମୁଖ୍ୟଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ଅନୁସରଣ କରେ ନାହିଁ, କିନ୍ତୁ ଭାରତର ଏହି ହ୍ୟାଣ୍ଡେଲଗୁଡିକ ଏକ ବ୍ୟତିକ୍ରମ ଭାବରେ ଅନୁସରଣ କରାଯାଇଥିଲା। ହେଲେ ବର୍ତ୍ତମାନ ଆମେରିକା ନିଜର ଆଭିମୁଖ୍ୟ ବଦଳାଇ ଦେଇଛି ଏବଂ ବର୍ତ୍ତମାନ ହ୍ବାଇଟ୍ ହାଉସ୍ ଆମେରିକା ବାହାରେ କାହାକୁ ଅନୁସରଣ କରୁନାହିଁ।

Comments are closed.