Odisha Link
Bridging the Missing Links in Odisha

ଓଡ଼ିଆ ସିନେମାରେ ଇର୍ଫାନ୍‌ ଖାନ୍!

ଭୁବନେଶ୍ବର: ଉପରେ ଥିବା ଫଟୋଟି ଜାତୀୟ ପୁରସ୍କାର ପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର ‘ତାରା’ର ଶୁଟିଂ ସେଟ୍‌ରେ ଉତ୍ତୋଳନ କରାଯାଇଥିଲା। ଫଟୋରେ ଅଛନ୍ତି ସିନେମାର ନିର୍ଦ୍ଦେଶିକା-ଅଭିନେତ୍ରୀ ବିଜୟା ଜେନା (ଡଲି ଜେନା) ଓ ତାଙ୍କ ସହ ଇର୍ଫାନ୍‌ ଖାନ୍।

ଯେତେବେଳେ ଇର୍ଫାନ୍‌ ଟିଭି ଧାରବାହିକରେ ନିଜର ଅଭିନୟ ବୃତ୍ତି ଆରମ୍ଭ କରିଥିଲେ ସେତିକିବେଳେ ତାଙ୍କୁ ଓଡ଼ିଆ ସିନେମା ତାରା (୧୯୯୧) ପାଇଁ ଚୁକ୍ତିବଦ୍ଧ କରିଥିଲେ ବିଜୟା। ଶୁଟିଂ କିଛି ବାଟ ଆଗେଇ ଯାଇଥିବା ବେଳେ ହଠାତ ପାରିବାରିକ ସମସ୍ୟା କାରଣୁ ଇର୍ଫାନ୍‌ଙ୍କୁ ସେଟ୍‌ ଛାଡ଼ି ଘରକୁ ବାହୁଡ଼ିବାକୁ ହେଲା। ସେ ଆଉ ସିନେମାରେ ଅଭିନୟ କରିବାକୁ ଆସିପାରିଲେ ନାହିଁ। ଫଳରେ ତାଙ୍କ ବଦଳରେ ଅନ୍ୟ ଅଭିନେତାଙ୍କୁ ନେଇ ଡଲି ସିନେମାଟି ନିର୍ମାଣ କରିଥିଲେ।

ଏ ଫଟୋଟି ଶୁଟିଂ ସମୟରେ ଉତ୍ତୋଳିତ ହୋଇଥିଲେ ହେଁ ସିନେମାରେ ଇର୍ଫାନ୍‌ ନାହାନ୍ତି। ଏହି ଦୃଷ୍ଟିରୁ ଇର୍ଫାନ୍‌ ଓଡ଼ିଆ ଚଳଚ୍ଚିତ୍ରରେ ଆଦୌ ଅଭିନୟ କରିନାହାନ୍ତି ବୋଲି କହାଯିବ। ତେବେ ଏ ସିନେମା ଶିଳ୍ପ ସହ ତାଙ୍କର ସଂପୃକ୍ତିକୁ ଏଡ଼ାଇ ଦେଇହେବ ନାହିଁ।

Comments are closed.