Odisha Link
Bridging the Missing Links in Odisha

ରୁଷ ପ୍ରଧାନମନ୍ତ୍ରୀଙ୍କୁ କରୋନା

ରୁଷ ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁସ୍ତିନଙ୍କ ନମୁନା ପରୀକ୍ଷଣ ପରେ ସେ କୋଭିଡ୍-୧୯ ପଜିଟିଭ୍‌ ବୋଲି ଜଣାପଡ଼ିଛି। ନିଜେ ମିଖାଇଲ ଏ ନେଇ ସୂଚନା ଦେଇଛନ୍ତି। ସେ ଏବେ ଆଇସୋଲେସନ୍‌ରେ ଚିକିତ୍ସିତ ହେଉଥିବା ବେଳେ ଉପ ପ୍ରଧାନମନ୍ତ୍ରୀ ଆଣ୍ଡ୍ରୀ ବେଲୋସୋଭ ଅସ୍ଥାୟୀ ଭାବେ ପ୍ରଧାନମନ୍ତ୍ରୀ ଦାୟିତ୍ବ ନିର୍ବାହ କରିବେ।

୫୪ ବର୍ଷିୟ ମିଖାଇଲ ଚଳିତ ବର୍ଷ ଜାନୁଆରୀରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଆଇସୋଲେସନ୍‌ରେ ଥିଲେ ସୁଦ୍ଧା ସେ ଦେଶର ଅର୍ଥନୈତିକ ନୀତି ସମ୍ପର୍କିତ କାର୍ଯ୍ୟକ୍ରମରେ ଭାଗନେବେ ବୋଲି ରାଷ୍ଟ୍ରପତି ଭ୍ଲାଦମିର ପୁତିନ କହିଛନ୍ତି। ରୁଷରେ ପ୍ରଧାନମନ୍ତ୍ରୀ ଅର୍ଥନୀତି ବ୍ୟାପାର ଦେଖନ୍ତି ଓ ରାଷ୍ଟ୍ରପତିଙ୍କ ପାଖରେ ଏଥିପାଇଁ ଉତ୍ତରଦାୟୀ ରହନ୍ତି।

Comments are closed.