ସୁରତରୁ ଆସୁଥିବା ବସ କଳିଙ୍ଗାଘାଟିରେ ଦୁର୍ଘଟଣା ଶିକାର, ୨ ମୃତ

କନ୍ଧମାଳ: ଆଜି ସୁରତରୁ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ଆଣି ଓଡ଼ିଶା ଆସୁଥିବା ‘ଶ୍ରୀ ପଟେଲ’ ନାମକ ବସ୍ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟି ଗିରିପଥରେ ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ୨ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। କରୋନା ଭୂତାଣୁ ସହ ଲଢ଼େଇ ସମୟରେ ପ୍ରବାସୀ ଶ୍ରମିକଙ୍କ ପ୍ରାଣହାନୀ ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି।
ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ଗୁଜରାଟର ସୁରତରୁ ୭ଟି ବସ ପ୍ରବାସୀ ଓନିଆ ଶ୍ରମିକଙ୍କୁ ଧରି ଏକ ସାଙ୍ଗରେ ଆସୁଥିଲା। ସେଥିରୁ ଗୋଟିଏ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ପ୍ରବାସୀ ଶ୍ରମିକମାନେ ନିଜ ଖର୍ଚ୍ଚରେ ବସ୍ ଭଡ଼ା କରି ଓଡ଼ିଶା ଫେରୁଥିଲେ।