Odisha Link
Bridging the Missing Links in Odisha

ମେ ୨୦ରୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନ ହେବ ନା ନାହିଁ ଲାଗି ରହିଥିଲା କଳ୍ପନା ଜଳ୍ପନା। ଏଥିରେ ଏବେ ପଡ଼ିଛି ବିରାମ। ମେ ୨୦ ତାରିଖରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ହେବ। ଏନେଇ କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଆଜି ପୂର୍ବାହ୍ନରେ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରସଙ୍ଗ ନେଇ ଆରମ୍ଭ ହୋଇଥିଲା ବୈଠକ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ମେ ୨୦ ତାରିଖରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ। ମେ ୧୯ ତାରିଖ ସୁଦ୍ଧା ସବୁ କେନ୍ଦ୍ରରେ ପହଁଞ୍ଚିବେ ପରୀକ୍ଷା ନିରୀକ୍ଷକ ବୋଲି ସୂଚନା ଦେଇଛନ୍ତି ଶିକ୍ଷା ମନ୍ତ୍ରୀ।

ମାଟ୍ରିକ ଖାତା ଦେଖା ହେବା ସମୟରେ ସାମାଜିକ ଦୂରତାକୁ ଗରୁତ୍ବ ଦିଆଯିବ। ଏବଂ ସମସ୍ତ ମୂଲ୍ୟାୟନ କେନ୍ଦ୍ରା କୋଭିଡ ଗାଇଡଲାଇନ୍‌ ପାଳନ କରାଯିବ। ଏଥିସହିତ ଖାତା ଦେଖାରେ ନିୟୋଜିତ ଶିକ୍ଷକ ପାଇବେ ପ୍ରୋତ୍ସାହନ ରାଶି ପାଇବେ ବୋଲି ମନ୍ତ୍ରୀ କହିଛନ୍ତି।

ଫେବୃୟାରୀ ୧୯ ରୁ ୨ ମାର୍ଚ୍ଚ ଯାଏ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମାର୍ଚ୍ଚ ୧୮ ଓ ୧୯ ଦୁଇଦିନ ଧରି ଖାତା ଦେଖା ହେବାପରେ କରୋନା ଲାଗି ମୂଲ୍ୟାୟନ କୁ ସ୍ଥଗିତ ରଖାଯାଇଛି। ସାଢେ଼ ୫ ଲକ୍ଷରୁ ଅଧିକ ଛାତ୍ର ଛାତ୍ରୀ ଚଳିତ ବର୍ଷ ପରୀକ୍ଷା ଦେଇଛନ୍ତି।

Comments are closed.