Odisha Link
Bridging the Missing Links in Odisha

ଭଲ ଖବର: ସୁସ୍ଥ ହେଲେ ୧୭ କରୋନା ଆକ୍ରାନ୍ତ

 ଭୁବନେଶ୍ବର: ରାଜ୍ୟ ପାଇଁ ବଡ଼ ଖବର। ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭ ଜଣ। ଫଳରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୮୫ରେ ପହଁଞ୍ଚିଛି। ୧୭ ଜଣ ସୁସ୍ଥଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୭ଜଣ, ଖୋର୍ଦ୍ଧାରୁ ୫ ଜଣ, ଭଦ୍ରକରୁ ୩ ଜଣ ଓ ବାଲେଶ୍ବରରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ସକାଳେ ରାଜ୍ୟରେ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ରାଜ୍ୟରେ ବର୍ତ୍ତମାନ ୩୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋିଛନ୍ତି। ସେ ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୩୦୩ ଜଣ ଆକ୍ରାନ୍ତ ବର୍ତ୍ତମାନ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.