Odisha Link
Bridging the Missing Links in Odisha

ଚଳିତ ବର୍ଷ ମାଟ୍ରିକ ଖାତା ଦେଖିବେ ଅଧିକ ଶିକ୍ଷକ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ରାଜ୍ୟରେ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ। ଚଳିତ ବର୍ଷ ଖାତା ଦେଖାରେ ନିୟୋଜିତ ହେବେ ଅଧିକ ଶିକ୍ଷକ। ଏ ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବରୁ ୧୭ ହଜାର ଶିକ୍ଷକ ଖାତା ଦେଖୁଥିଲେ। ଏବେ ଆଉ ଅଧିକ ୬ ହଜାର ଶିକ୍ଷକ ଖାତା ଦେଖିବେ। ଯେଉଁ ଶିକ୍ଷକ ଯେଉଁ କେନ୍ଦ୍ରରେ ରିପୋର୍ଟ କରିଥିଲେ, ସେଇଠି ଖାତା ଦେଖିବେ। ଖାତାଦେଖା କେନ୍ଦ୍ରରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ସେହିପରି ସାମାଜିକ ଦୂରତ୍ୱ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ। କୌଣସି କଣ୍ଟେନମେଣ୍ଟ ଜୋନ୍‌ରେ ଖାତାଦେଖା କେନ୍ଦ୍ର ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ସାମାଜିକ ଦୂରତ୍ୱ ବଜାୟ ପାଇଁ ୩ଟି ଫେଜ୍‌ରେ ହେବ ଖାତାଦେଖା। ବିଭିନ୍ନ ବିଷୟକୁ ନେଇ ୩ଟି ଫେଜ୍, ୩ଟି ସମୟ କରାଯାଇଛି। ସଂପୃକ୍ତ ଶିକ୍ଷକ ଧାର୍ଯ୍ୟ ବିଷୟ ପାଇଁ ଉଦ୍ଦିଷ୍ଟ ସମୟରେ ଖାତା ଦେଖିବେ। ୨୦ ଦିନ ଯାଏ ଖାତାଦେଖା ପାଇଁ ଯୋଜନା ରହିଛି। ତେବେ ଧାର୍ଯ୍ୟ ସମୟରୁ ୨ରୁ ୪ ଦିନ ଖାତାଦେଖା ବଢ଼ିପାରେ ବୋଲି ସୂଚନା ମିଳିଛି। ଅଧିକ ଶିକ୍ଷକ ନିୟୋଜିତ ହେଉଥିବାରୁ ଖାତା ଦେଖା ଶୀଘ୍ର ମଧ୍ୟ ସରିପାରେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

Comments are closed.