Odisha Link
Bridging the Missing Links in Odisha

“ଦୁଇ ଗଜର ଦୂରତା” ନମାନିଲେ ସଙ୍କଟ ବଢ଼ିବ: ମୋଦି

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚର କରିଛନ୍ତି। ମହାମାରୀ କରୋନା ମୁକାବିଲା ନେଇ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୋଦି।

ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଆଲୋଚନା ହୋଇଥିବା ନେଇ ସୂଚନା ରହିଛି। ଆଲୋଚନା ସମୟରେ ମୋଦି କହିଛନ୍ତି ଯେ, ସାମାଜିକ ଦୂରତା କମିଲେ ସଙ୍କଟ ଆହୁରି ବଢ଼ିବ। ସଙ୍କଟରୁ ବର୍ତ୍ତିବାରେ ଭାରତ କିଛି ମାତ୍ରାରେ ସଫଳ ହୋଇଛି। ସବୁ ମୁଖ୍ୟମନ୍ତ୍ରୀଙ୍କ ମତ ଅନୁସାରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହିତ ଆର୍ଥିକ ବ୍ୟବସ୍ଥା ନେଇ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ମତ ଦିଅନ୍ତୁ ବୋଲି ସେ କହିଛନ୍ତି।

ଆଜି ଅନୁଷ୍ଠିତ ହେଉଥିବା ଆଲୋଚନା ୨ଟି ପର୍ଯ୍ୟାରେ ହେବ। ଏହି ବୈଠକରେ ଲକଡାଉନ, ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା, ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା ଆଦି ପ୍ରସଙ୍ଗରେ ଆଲୋଚନା ଜାରି ରହିଛି। ଗତ ଥର ଅଳ୍ପ କେତେକ ମୁଖ୍ୟମନ୍ତ୍ରୀଙ୍କୁ କହିବାର ସୁଯୋଗ ଦିଆଯାଇଥିବା ବେଳେ ଏଥର ସବୁ ମୁଖ୍ୟମନ୍ତ୍ରୀ ନିଜ ନିଜର ମତାମତ ରଖିବେ । ଏଣୁ ଏହି ବୈଠକ ୫ରୁ ୬ ଘଣ୍ଟା ଧରି ଚାଲିବାର ସମ୍ଭାବନା ରହିଛି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି।

ଏହି ଆଲୋଚନାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଅଛନ୍ତି।

Comments are closed.