Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ୪୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଆଉ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରନ୍ତାଙ୍କ ସଂଖ୍ୟା ୪୧୪ ରେ ପହଁଞ୍ଚିଛି। ଏମାନଙ୍କ ମଧ୍ୟରୁ ଗଞ୍ଜାମରେ ୧୭, ସୁନ୍ଦରଗଡ଼ରେ ୨, ବୌଦ୍ଧରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଏପର୍ଯ୍ୟନ୍ତ ସୁନ୍ଦରଗଡରେ ୧୬ ଜଣ ସଂକ୍ରମିତ ହୋଇଥିବାବେଳେ ୧୦ ଜଣ ସୁସ୍ଥ ହୋଇଛନ୍ତି। ଏବେବି ଆଉ ୬ ଆକ୍ଟିଭ କେଶ ରହିଛି। ସେହିପରି ବୌଦ୍ଧରେ ୪ଜଣ ସଂକ୍ରମିତ ହୋଇଛନ୍ତି। ତେବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪୧୪ରେ ପହଞ୍ଚିଛି। ସେହିପରି ଆଜି କରୋନାରୁ ୧୭ ଜଣ ସୁସ୍ଥ ହୋଇଛନ୍ତି। ଏଯାଏ ୮୫ ଜଣ ସୁସ୍ଥ ହୋଇଛନ୍ତି। ୩ଜଣଙ୍କ ମୃତ୍ୟୁ ହୋଇଛି। ଏବେବି ୩୨୬ ଆକ୍ଟିଭ କେଶ ରହିଛି। ଏମାନେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ରାଜ୍ୟରେ ଆଜି ଦିନକରେ ଏପର୍ଯ୍ୟନ୍ତ ୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସକାଳୁ ୧୪ ଜଣ, ଅପରାହ୍ନରେ ୩ଜଣ ଏବଂ ସନ୍ଧ୍ୟାରେ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରେ ସ୍ଥିତି ଜଟିଳ ହେବାରେ ଲାଗିଛି। କେବଳ ଗଞ୍ଜାମରେ ୧୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.