Odisha Link
Bridging the Missing Links in Odisha

ଭାରତ ପ୍ରସ୍ତୁତ କଲା କରୋନା ଆଣ୍ଟିବଡି ଟେଷ୍ଟିଂ କିଟ୍ସ୍‌

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ କୁ ନେଇ ସାରା ବିଶ୍ବ ଚିନ୍ତିତ। ଭାରତରେ ବିଗତ କିଛି ଦିନ ହେବ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତକୁ ମିଳିଛି ଏକ ବଡ଼ ସଫଳତା। ଭାରତ ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ କରିଛି ଟେଷ୍ଟିଂ କିଟ୍ସ୍। ରବିବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି। ପୁଣେର ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭିରୋଲୋଜି ପ୍ରଥମ ସ୍ୱଦେଶୀ ଏଲିସା କିଟ୍ସକୁ ସଫଳତାପୂର୍ବକ ବିକଶିତ କରିଛି ବୋଲି ମନ୍ତ୍ରୀ କହିଛନ୍ତି।

ହର୍ଷ ବର୍ଦ୍ଧନ ଆଉ ମଧ୍ୟ କହିଛନ୍ତି , ଏହି କିଟ୍ସକୁ ମୁମ୍ୱାଇରେ ଦୁଇଟି ସ୍ଥାନରେ କାର୍ଯ୍ୟକାରୀର ମାନ୍ୟତା ଦିଆଯାଇଥିଲା ଏବଂ ଉଚ୍ଚ ସମ୍ବେଦନଶୀଳତା ସହ ଏଥିରେ ନିର୍ଭୁଲ ଥିବାର ନଜର ଆସିଥିଲା । ୨.୫ ଘଣ୍ଟାରେ ଏହା ଏକାଥରେ ୯୦ଟି ନମୁନା ପରୀକ୍ଷଣ କରିପାରିବ ବୋଲି ସେ କହିଛନ୍ତି।

ବର୍ଦ୍ଧନ ଏଥିନେଇ ଆଉ ମଧ୍ୟ କହିଛନ୍ତି , ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକଲ ରିସର୍ଚ୍ଚ (ICMR) ଏହି ଏଲିସା ପରୀକ୍ଷଣ କିଟ୍‌ସକୁ ଅଧିକ ମାତ୍ରାରେ ଉତ୍ପାଦନ ପାଇଁ ଜାଇଦସ୍‌ କାଡିଲା ଫାର୍ମାସ୍ୟୁଟିକଲ କମ୍ପାନୀ ସହ ପାର୍ଟନର ହୋଇଛି।

ଏହା ପୂର୍ବରୁ ରବିବାର ମଣ୍ଡୋଲିରେ କୋଭିଡ-୧୯ କ୍ୱାରେଣ୍ଟାଇନ୍ ସେଣ୍ଟର ପରିଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ। ସେ କହିଥିଲେ ଯେ, ଦେଶରେ ଏବେ ୪୩୬୨ଟି କୋଭିଡ୍ କେୟାର ସେଣ୍ଟରରେ ୩,୪୬,୮୫୬ଜଣ ଲୋକଙ୍କୁ ରଖାଯାଇଛି। ଏବେ ସୁଦ୍ଧା କେନ୍ଦ୍ର ସରକାର ୭୨ ଲକ୍ଷ ଏନ-୯୫ ମାସ୍କ ଓ ୩୬ ଲକ୍ଷ ପିପିଇ କିଟ୍ ପଠାଇ ସାରିଛନ୍ତି। ଯେଉଁରାଜ୍ୟରେ କୌଣସି କରୋନା ମାମଲା ଆସିନାହିଁ ସେସବୁ ହେଲା ସିକିମ, ନାଗାଲାଣ୍ଡ ଓ ଲାକ୍ଷାଦ୍ୱୀପ।

Comments are closed.