Odisha Link
Bridging the Missing Links in Odisha

କରୋନା ଭାଇରସ୍: ଆମେରିକାର ୨୪ ଟି “ମିଛ” କଥାର ପ୍ରମାଣ ଦେଲା ଚୀନ

ବେଜିଙ୍ଗ: ମହାମାରୀ କରୋନା ଭାଇରସ୍‌କୁ ନେଇ ସାରା ବିଶ୍ବ ଚିନ୍ତିତ। ଏହାରି ମଧ୍ୟରେ ବିଶ୍ବର ୨ ଶକ୍ତିଶାଳୀ ଦେଶ ଆମେରିକା ଓ ଚୀନ ମୁହାଁମୁହିଁ ହୋଇଛନ୍ତି। ଏଥିସହିତ କରୋନା ଭାଇରସ୍‌ ବିଷୟରେ ଆମେରିକାର ପ୍ରମୁଖ ନେତାଙ୍କ ଦ୍ବାରା କୁହାଯାଇଥିବା ୨୪ଟି ପୂର୍ବ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି ଚୀନ। ଏବଂ ମିଛ ବୋଲି ପ୍ରମାଣିତ କରିଛି

୩୦ ପୃଷ୍ଠା ସମ୍ବଳିତ ୧୧,୦୦୦ ଶବ୍ଦ ଥିବା ଏକ ଆଲେଖ୍ୟଟି ଶନିବାର ରାତିରେ ଚୀନ୍‌ର ବୈଦେଶିକ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରେ ପୋଷ୍ଟ୍‌ କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ହୁଆ ଚୁନିୟାଙ୍ଗ୍ କହିଛନ୍ତି, ଆମେରିକାର ବୈଦେଶିକ ସଚିବ ପମ୍ପିଓ, ବୈଦେଶିକ ବିଭାଗ ମୁଖପାତ୍ର ଏବଂ ଅନ୍ୟମାନେ ସାକ୍ଷାତକାର ଦେବା ସମୟରେ କୋଭିଡ୍-୧୯ ବିଷୟରେ ଚୀନ୍‌କୁ ସମାଲୋଚନା କରିଛନ୍ତି।

ସେମାନେ ଅଭିଯୋଗ କରିଛନ୍ତି ଯେ ସଠିକ୍ ତଥ୍ୟ ଦେଇନାହିଁ। କୋଭିଡ୍-୧୯ ସଂକ୍ରାନ୍ତ ଆମର ସ୍ଥିତି ବିଷୟରେ ଆମେ ବରାବର କହିଆସିଛୁ। କିନ୍ତୁ, ଆମେରିକା ବାରମ୍ବାର କରୁଥିବା ମିଥ୍ୟା ଅଭିଯୋଗଗୁଡ଼ିକ ବିଷୟରେ ଆମେ ବିଶ୍ବବାସୀଙ୍କୁ ପ୍ରମାଣ ଦେବାକୁ ସ୍ଥିର କରିଛୁ।

ଗଣମାଧ୍ୟମ ଖବର ଦୃଷ୍ଟାନ୍ତ ଦେଇ ଏହି ଆଲେଖ୍ୟରେ କୁହାଯାଇଛି ଯେ ଊହାନ୍‌ରେ ପ୍ରଥମ ସଂକ୍ରମଣ ଚିହ୍ନଟ ହେବା ପୂର୍ବରୁ ଆମେରିକୀୟମାନେ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇସାରିଥିଲେ। କିନ୍ତୁ, ଏହାକୁ ସାବ୍ୟସ୍ତ କରିବାକୁ କୌଣସି ପ୍ରମାଣ ନାହିଁ।

ଏହି ଭୂତାଣୁକୁ ଜାଣିଶୁଣି ସୃଷ୍ଟି କରାଯାଇଛି ବା ଊହାନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଭାଇରୋଲୋଜିରୁ ଲିକ୍ ହୋଇଛି ବୋଲି ଆମେରିକା କରୁଥିବା ଦ୍ବିତୀୟ ଅଭିଯୋଗ ମଧ୍ୟ ମିଥ୍ୟା। ଏହି ଭୂତାଣୁ ଯେ ମାନବ ଦ୍ବାରା ସୃଷ୍ଟି, ତାହାର ପ୍ରମାଣ ନାହିଁ। ଏହାଛଡ଼ା କରୋନାଭାଇରସ୍ ସୃଷ୍ଟି କରାଇବା ଲାଗି ଏହି ପ୍ରତିଷ୍ଠାନର ସାଧ୍ୟ ନାହିଁ। ଏହାଛଡ଼ା ଠିକଣା ସମୟରେ କିଭଳି ଚୀନ୍ ଏହି ଭୂତାଣୁ ସଂକ୍ରାନ୍ତରେ ବିଭିନ୍ନ ତଥ୍ୟ ଦେଇଛି, ସେ ପ୍ରସଙ୍ଗ ମଧ୍ୟ ଏହି ଆଲେଖ୍ୟରେ ରହିଛି।

ଏହି ଆଲେଖ୍ୟରେ ମୋଟାମୋଟି ଭାବେ ଆମେରିକା ନେତାଙ୍କ ଦ୍ବାରା ହୋଥିବା ୨୪ଟି ପୂର୍ବ ଅଭିଯୋଗକୁ ପ୍ରତ୍ୟାଖାନ କରାଯାଇଛି। ଏବଂ ଏହା ମିଥ୍ୟା ବୋଲି ପ୍ରମାଣିତ କରାଯାଇଛି।

Comments are closed.