Odisha Link
Bridging the Missing Links in Odisha

ମେ’ ୧୮ରୁ ପୁଣି ବଢ଼ିବ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଆଜି ୫ମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂପ୍ରସାରିତ ତାଲାବନ୍ଦୀ (ଲକ୍‌ଡାଉନ୍‌ ୩.୦) ମେ’ ୧୭ ତାରିଖ ରାତିରେ ଶେଷ ହେଉଥିବା ବେଳେ ମେ’ ୧୮ ତାରିଖ ଠାରୁ ଲକ୍‌ଡାଉନ୍‌ର ୪ର୍ଥ ଖଣ୍ଡ ଆରମ୍ଭ ହେବା ନେଇ ସଂକେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ତେବେ ଲକ୍‌ଡାଉନ୍‌ ୪.୦ ପୂର୍ବ ୩ ପାଳି ଲକ୍‌ଡାଉନ୍‌ ଠାରୁ ସମ୍ପୂର୍ଣ ଭିନ୍ନ ରହିବ ବୋଲି କହିଛନ୍ତି ମୋଦି।

ଆଜି ଦେଶକୁ ସମ୍ବୋଧିତ କରି ମୋଦି ଲକ୍‌ଡାଉନ୍‌ ସଂପ୍ରସାରଣ ବାବଦରେ ସ୍ପଷ୍ଟ କରିଛନ୍ତି। ମେ’ ୧୮ ତାରିଖରୁ ଚତୁର୍ଥ ଫେଜ୍‌ ଲକ୍‌ଡାଉନ୍‌ ଆରମ୍ଭ ହେବ ବୋଲି ସେ ଘୋଷଣା କରିଛନ୍ତି।

ମୋଦି କହିଛନ୍ତି ଯେ ଲକ୍‌ଡାଉନ୍‌ ୪.୦ ନୂଆ ରୂପ ଓ ନୂଆ ନିୟମ ସମହ ଆସିବ। ଆମେ ରାଜ୍ୟମାନଙ୍କରୁ ଏ ନେଇ ପରାମର୍ଶ ଗ୍ରହଣ କରୁଛୁ। ସେହି ପରାମର୍ଶ ଆଧାରରେ ଲକ୍‌ଡାଉନ୍‌ ୪.୦ର ସବିଶେଷ ନିଷ୍ପତ୍ତି ନିଆଯିବ ଏବଂ ବେ’ ୧୮ ପୂର୍ବରୁ ଏ ନେଇ ଦେଶବାସୀଙ୍କୁ ଜଣାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଜଣାଇଛନ୍ତି।

ଗୋଟିଏ ଭୂତଶରୁ ସାରା ବିଶ୍ବକୁ ନଷ୍ଟ କରିଦେଲା ବୋଲି ଭାଷଣ ଆରମ୍ଭରୁ କହିଥିଲେ ମୋଦି। କରୋନା ବହୁଦିନ ଯାଏଁ ଆମ ଜୀବନର ଅଂଶ ହୋଇ ରହିବ, ଆମକୁ ନିଜକୁ ବଞ୍ଚାଇ ଆଗକୁ ବଢ଼ିବାକୁ ହେବ ବୋଲି ସେ କହିଥିଲେ। ଦେଶବାସୀଙ୍କ ପାଇଁ ଆତମନିର୍ଭର ଭାରତ ଅଭିଯାନ ନାମରେ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି ମୋଦି।

Comments are closed.