Odisha Link
Bridging the Missing Links in Odisha

ଦେଶର ବିକାଶ ଯାତ୍ରା ଓ ଆତ୍ମନିର୍ଭର ଭାରତ ଅଭିଯାନକୁ ନୂଆ ଗତି ଦେବ ଆର୍ଥିକ ପ୍ୟାକେଜ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଭାରତକୁ ଏକ ଆତ୍ମନିର୍ଭର ଅର୍ଥନୀତି କରିବାରେ ଏବଂ ଆତ୍ମନିର୍ଭର ଭାରତ ପାଇଁ ମଜବୁତ୍ ସୁଧାର ତଥା ଚାଷୀ, ଶ୍ରମିକ, ମଧ୍ୟବିତ୍ତ  ଓ ଉଦ୍ୟୋଗୀଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣାକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଦେଶ ଜିଡ଼ିପିର ପ୍ରାୟ ୧୦% , ୨୦ ଲକ୍ଷ କୋଟି ଟଙ୍କାର ଏହି ଆର୍ଥିକ ପ୍ୟାକେଜ ଦେଶର ବିକାଶ ଯାତ୍ରାକୁ, ୧୩୦ କୋଟି ଦେଶବାସୀଙ୍କୁ  ଓ ଆତ୍ମନିର୍ଭର ଭାରତ ଅଭିଯାନକୁ ଏକ ନୂଆ ଗତି ଦେବ। ଏହି ଆର୍ଥିକ ପ୍ୟାକେଜ ମାଧ୍ୟମରେ ଦେଶର ଅର୍ଥ ବ୍ୟବସ୍ଥା ସଙ୍କଟକୁ ସାମ୍ନା କରିବା ପାଇଁ ନୂଆ ସଂକଳ୍ପ ମିଳିବ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୩୦ କୋଟି ଦେଶବାସୀ ଯଦି ସଂକଳ୍ପ କରିବେ ତେବେ କୌଣସି ବି ଲକ୍ଷ୍ୟ ଅସମ୍ଭବ ନୁହଁ। ସକଳ୍ପକୁ ମଜବୁତ କରିବା ସହ ଏହି ସଂକଟ ସହ ଲଢ଼ିବାକୁ ମଧ୍ୟ ହେବ ଏବଂ ଆତ୍ମନିର୍ଭର ମଧ୍ୟ ହେବାକୁ ପଡ଼ିବ। କରୋନା ଭଳି ବିପର୍ଯ୍ୟୟ ସମସ୍ତଙ୍କ ପାଇଁ ସଙ୍କଟ ସହ ସୁଯୋଗ ମଧ୍ୟ ଆଣିଛି। ଏକ ରାଷ୍ଟ୍ର ଭାବରେ ଆଜି ଆମେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଜାଗାରେ ଛଡ଼ାହୋଇଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷଣା ହୋଇଥିବା ଆତ୍ମନିର୍ଭର ଭାରତ କରିବାରେ ୫ଟି ସ୍ତମ୍ଭ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ସେଗୁଡିକ ହେଲା ଅର୍ଥନୀତି, ଭିତ୍ତିଭୂମି, ସିଷ୍ଟମ, ଡେମୋଗ୍ରାଫି  ଓ ଚାହିଦା।

ଆତ୍ମନିର୍ଭରତା, ଆତ୍ମବଳ ଏବଂ ଆତ୍ମବିଶ୍ୱାସ ଦ୍ୱାରା ହିଁ ସବୁ ସମ୍ଭବ। ଆତ୍ମନିର୍ଭର ଭାରତ କରିବା ପାଇଁ ଆମକୁ ଲୋକାଲ ପାଇଁ ଭୋକାଲ ମଧ୍ୟ ହେବାକୁ ପଡ଼ିବ। ଗତ ୬ ବର୍ଷରେ ଯେଉଁ ପରିବର୍ତ୍ତନ ହୋଇଛି, ତାହା ଦ୍ୱାରା ଆମେ ସମର୍ଥ ଓ ସକ୍ଷମ ମଧ୍ୟ। ଆମକୁ ସ୍ଥାନୀୟ ଉତ୍ପାଦକୁ କିଣିବାକୁ ପଡ଼ିବ ଏବଂ ଅଧିକ ଭଲ କରିବାକୁ ମଧ୍ୟ ପଡ଼ିବ ଏବଂ ଗର୍ବର ସହିତ ତାକୁ ପ୍ରଚାର କରିବାକୁ ପଡ଼ିବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକବିଂଶ ଶତାବ୍ଦୀ ଭାରତର ଅଟେ, ଏହା କେବଳ ଆମ ସମସ୍ତଙ୍କର ସ୍ୱପ୍ନ ନୁହେଁ ବରଂ ଏହା ଆମ ସମସ୍ତଙ୍କର ଦାୟିତ୍ୱ ଅଟେ। ଏକବିଂଶ ଶତାବ୍ଦୀ ଭାରତ କରିବା ଆମର ଦାୟିତ୍ୱ, ଆତ୍ମନିର୍ଭର ଭାରତର ଶପଥ ଦ୍ୱାରା ହିଁ ପୂରଣ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଆମେ ନୂଆ ଶପଥ ସହ ଏହି ଲକ୍ଷ୍ୟ ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ଦରକାର।

Comments are closed.