Odisha Link
Bridging the Missing Links in Odisha

ଏଣିକି ସମ୍‌ ହସ୍ପିଟାଲରେ କୋଭିଡ୍‌‌ ଟେଷ୍ଟ୍, ଦିନକୁ ହେବ ୩୦୦ ପରୀକ୍ଷା

ଭୁବନେଶ୍ୱର: ରାଜ୍ୟର ପ୍ରଥମ ଘରୋଇ ଡାକ୍ତରଖାନା ଭାବେ କୋଭିଡ୍‌-୧୯ ନୁମନା ପରୀକ୍ଷଣ ପାଇଁ ଅନୁମୋଦନ ପାଇଛି ଆଇଏମ୍‌ଏସ୍ ଓ ସମ୍ ହସ୍ପିଟାଲ। ଓଡ଼ିଶାରେ କୋଭିଡ୍-୧୯ ନମୁନା ପରୀକ୍ଷା ନିମନ୍ତେ ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍) ସମ୍‌କୁ ମନୋନୀତ କରିଛି। ରାଜ୍ୟର ଏକମାତ୍ର ଘରୋଇ ହସ୍ପିଟାଲ ଭାବେ ସମ୍‌ ଏହି ସେବା ଯୋଗାିବ।

ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ପରିଚାଳିତ ୧୦୦୦ ଶଯ୍ୟା ବିଶିଷ୍ଟ ଶୈକ୍ଷିକ ଡାକ୍ତରଖାନା ସମ୍‌ ରାଜ୍ୟର ପ୍ରଥମ ଘରୋଇ ମେଡିକାଲ କଲେଜ୍ ଭାବେ କରୋନା ପରୀକ୍ଷା କେନ୍ଦ୍ର ଭାବେ ମନୋନୀତ ହୋଇଛି ବୋଲି ସୂଚନା ଦେଇଛନ୍ତି ସମ୍‌ର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର। ଆଇଏମ୍‌ସିଆର୍ ପକ୍ଷରୁ ଏହି ଅନୁମତି ମିଳିଥିବା ପ୍ରଫେସର ସାମନ୍ତସିଂହାର ସୂଚନା ଦେଇଛନ୍ତି। କରୋନା ପରୀକ୍ଷଣ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମୋଲିକ୍ୟୁଲାର ଆରଏନ୍ଏ ଭିରୋଲୋଜି ଲାବୋରେଟୋରୀରେ କରାଯିବ ବୋଲି ସେ ଜଣାଇଛନ୍ତି।

ପ୍ରାଥମିକ ପର୍ଯ୍ୟାୟରେ ଦିନକୁ ୩୦୦ ପରୀକ୍ଷା କରାଯିବ ବୋଲି ସୂଚନା ଦେଇଛନ୍ତି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଗବେଷଣା ନିର୍ଦେଶକ ଡାକ୍ତର ଜୟ ଶଙ୍କର ଦାସ। ଚଳିତ ମାସରେ ସମ୍ ହସ୍ପିଟାଲର ମୋଲିକ୍ୟୁଲାର ଆରଏନ୍ଏ ଭିରୋଲୋଜି ଲାବୋରେଟୋରୀକୁ ଏହି ପରୀକ୍ଷା ନିମନ୍ତେ ଏନ୍ଏବିଏଲ୍ ପକ୍ଷରୁ ଅନୁମତି ମିଳିଥିଲା ବୋଲି ଡାକ୍ତର ଦାସ କହିଛନ୍ତି।

Comments are closed.