Odisha Link
Bridging the Missing Links in Odisha

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ ନୁହେଁ ୪

ଭୁବନେଶ୍ବର: ରାଜ୍ୟରେ ଆଜି ୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରେ ପ୍ରକାଶ ପାଇଥିଲା। ଫଲରେ ରାଜ୍ୟରେ ୫ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ଖବର ପ୍ରକାଶ ପାଇଥିଲା। ପ୍ରକାଶ ପାଇବାର ପାଖାପାଖି ୫ଘଣ୍ଟା ପରେ ସରକାର ବଦଳାଇଲେ କରୋନା ମୃତ୍ୟୁ ନେଇ ସରକାରୀ ତଥ୍ୟ।

କରୋନା ସମ୍ପର୍କିତ ମୃତ୍ୟୁ ରିପୋର୍ଟ ସଂଶୋଧିତ କଲେ ସରକାର। ଗଞ୍ଜାମରେ ମୃତ୍ୟୁ ହୋଇଥିବା ୨ ଜଣଙ୍କ ମଧ୍ୟରୁ ଜଣଙ୍କ ନମୁନା ନେଗେଟିଭ୍‌ ବୋଲି ସ୍ପଷ୍ଟ କଲେ ରାଜ୍ୟ ସରକାର। ଗଞ୍ଜାମରେ ଗତକାଲି ହୋଇଥିବା ଦ୍ଵିତୀୟ ମୃତ୍ୟୁ କରୋନା ଯୋଗୁଁ ହୋଇଥିବା ସନ୍ଦେହ କରାଯାଉଥିଲା। ମୃତକଙ୍କ ଟେଷ୍ଟ ରିପୋର୍ଟ ଆଜି ନେଗେଟିଭ ଆସିବା ପରେ ମୃତ୍ୟୁ ସଂଖ୍ୟା କମାଇଲେ ସରକାର। ଫଳରେ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୫ ନୁହେଁ ୪ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ରାଜ୍ୟରେ ବର୍ତ୍ତମାନ ୮୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୬୨୮ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.