Odisha Link
Bridging the Missing Links in Odisha

ଜୁନ୍‌ ୧୭ରେ ଖୋଲିବ ନାହିଁ ସ୍କୁଲ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ବର୍ତ୍ତମାନ ସମୟରେ ରାଜ୍ୟରେ ଖୋାଲିବ ନାହିଁ ସ୍କୁଲ। ପୂର୍ବରୁ ଜୁନ୍‌ ୧୭ ପର୍ଯ୍ୟନ୍ତ ସ୍କୁଲ ଛୁଟି କରିଥିଲେ ସରକାର। ହେଲେ ସ୍ଥିତିର ଅନୁଧ୍ୟାନ ପରେ ସ୍କୁଲ ଖୋଲିବା ନେଇ ନିଷ୍ପତି ନେବେ ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ବର୍ତ୍ତମାନ ଲକ୍‌ଡାଉନ୍‌ କଟକଣା ଯୋଗୁଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି ସରକାର। ତେବେ ଆସନ୍ତାକାଲିଠାରୁ ଲକ୍‌ଡାଉନ୍ କଟକଣା କୋହଳ ହେଉଥିବାବେଳେ ଅନଲକ୍ ପ୍ରଥମ ପର୍ଯ୍ୟାୟ ଲାଗୁ ହେବାକୁ ଯାଉଛି। ଆଉ କେନ୍ଦ୍ରୀୟ ମାର୍ଗଦର୍ଶିକ ଅନୁସାରେ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତି ରାଜ୍ୟ ସରକାର ନେଇପାରିବେ। ଆଉ ଏସବୁ ଦୃଷ୍ଟିରେ ରଖି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ସ୍ଥିତିର ଅନୁଧ୍ୟାନ ପରେ ନିଷ୍ପତି ନିଆଯିବ।

Comments are closed.