ସ୍କୁଲ, କଲେଜ ବନ୍ଦ ଥିଲେ ବି ହେବ ପରୀକ୍ଷା

ଭୁବନେଶ୍ବର: ଅନଲକ୍ ୧ର ନୂଆ ଗାଇଡଲାଇନ୍ ପ୍ରକାଶ ପାଇବାର ଦିନକ ପରେ ରାଜ୍ୟ ସରକାର ଗାଇଡଲାଇନ୍ରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ଜୁଲାଇ ୩୧ ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ବନ୍ଦ ଥିଲେ ମଧ୍ୟ ସ୍କୁଲ ଏବଂ କଲେଜରେ ପରୀକ୍ଷା ପରିଚାଳନା କରିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର।
କେନ୍ଦ୍ର ସରକାର ଅନଲକ୍-୧ ଘୋଷଣା କରିବା ପରେ ଗତକାଲି ରାଜ୍ୟ ସରକାର ଆଣିଥିଲେ ନୂଆ ଗାଇଡଲାଇନ। ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସ୍କୁଲ, କଲେଜ, କୋଚିଂ ସେଣ୍ଟର ସମେତ ସମସ୍ତ ଶିକ୍ଷାନୁଷ୍ଠାନକୁ ଆସନ୍ତା ଜୁଲାଇ ମାସ ୩୧ ତାରିଖ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।