Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ଆଉ ୧୩୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଆଜି ଆଉ ୧୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟାା ୩୩୮୬ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି କେନ୍ଦୁଝରରୁ ୮, ଝାରସୁଗୁଡା-୪, ଖୋର୍ଦ୍ଧା-୧୭, ଢେଙ୍କାନାଳ-୩, କଟକ-୭, କେନ୍ଦ୍ରାପଡା-୧, ନୂଆପଡା-୨, ଗଜପତି-୭, କନ୍ଧମାଳ-୧୫, କଳାହାଣ୍ଡି-୨, ଗଞ୍ଜାମ-୩, ପୁରୀ-୩, ମୟୂରଭଞ୍ଜ-୯, ସମ୍ବଲପୁର-୧ ଚିହ୍ନଟ ହୋଇଛନ୍ତି। ଏଥିସହିତ ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମର ୫୪ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ୧୩୪ ଜଣ କ୍ବାରାଣ୍ଟାଇନ୍ ସେଣ୍ଟର ହୋଇଥିବା ବେଳେ, ୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ୩୩୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୧୦୯୨ ଜଣ ସକ୍ରିୟ ଆକ୍ରାନ୍ତ ଥିବାବେଳେ ୯ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋିଛି।

Comments are closed.