Odisha Link
Bridging the Missing Links in Odisha

କରୋନା: ଆଜି ଆଉ ୧୦୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଚିହ୍ନଟ ହୋଇଥିବା ୧୦୮ ଜଣଙ୍କ ମଧ୍ୟରୁ ୯୫ ଜଣ କ୍ବରାଣ୍ଟିନ୍‌ ସେଣ୍ଟରରେ ଥିବା ବେଳେ ୧୩ ଜଣ ସ୍ଥାନୀୟ ବାସିନ୍ଦା। ମାଲକାନଗିରିୁ ୨୧, କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୭, କେନ୍ଦ୍ରାପଡ଼ାରୁ ୯, ଅନୁଗୁଳରୁ ୧, ବାଲେଶ୍ୱରରୁ ୪, କଟକରୁ ୧, ଜଗତସିଂହପୁରରୁ ୯, ଗଞ୍ଜାମରୁ ୮, ପୁରୀରୁ ୧୫, ଗଜପତିରୁ ୭, ସୁନ୍ଦରଗଡ଼ରୁ ୨, କଳାହାଣ୍ଡିରୁ ୧, ବରଗଡ଼ରୁ ୧, ବଲାଙ୍ଗିରରୁ ୧ ଏବଂ ଅଗ୍ନିଶମ ବାହିନୀର ୧୬ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩ ଥିବାବେଳେ ୨୮୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୧୨୯୫ ଜଣ ସକ୍ରିୟ ଅଛନ୍ତି ।

Comments are closed.