Odisha Link
Bridging the Missing Links in Odisha

କରୋନା: ଆଉ ୧୪୩ ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମରୁ ସର୍ବାଧିକ ୩୨ ଜଣ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଆଜି ଆଉ ୧୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ୧୬ ଜଣ, ନୟାଗଡ଼ ଓ ବାଲେଶ୍ବରରୁ ୧୩ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୦ ଓ ଜଗତସିଂହପୁରରୁ ଜଣେ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ-୧, ଢେଙ୍କାନାଳ-୩, ଭଦ୍ରକ-୪, କଳାହାଣ୍ଡି-୬, କେନ୍ଦୁଝର-୨, ଗଞ୍ଜାମ-୩୨, ସୁନ୍ଦରଗଡ଼-୧୨, କେନ୍ଦ୍ରାପଡ଼ା-୧୦, ଝାରସୁଗୁଡ଼ା-୧, ବରଗଡ଼-୧, ବଲାଙ୍ଗୀର-୧, ସମ୍ବଲପୁରର ୫ଜଣ ଚିହ୍ନଟ ହୋଇଥିବା ବେଳେ ଅମ୍ପାନ୍‌ ଡ୍ୟୁଟିରୁ ଆସିଥିବା ୨ଜଣ ଏନ୍‌ଡିଆରଏଫ୍‌ କର୍ମଚାରୀ କରୋନ ପଜିଟିଭ ଚିହ୍ନଟ ହୋଇଛନ୍ତି।

୧୪୩ ଜଣଙ୍କ ମଧ୍ୟରୁ ୧୩୭ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରେ ଥିବା ବେଳେ ଆଉ ୬ଜଣ ସ୍ଥାନୀୟ ବାସିନ୍ଦା ସୂଚନା ରହିଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ରେ ପହଁଞ୍ଚିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୩୭୨୦ରେ ପହଁଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ୧୫୬୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Comments are closed.