Odisha Link
Bridging the Missing Links in Odisha

ବଡ଼ ଖବର: ରାଜ୍ୟରେ ୧୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୨୧ଟି ଜିଲ୍ଲାରୁ ୫୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୯୭ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୦୩ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରର ହୋଇଥିବା ବେଳେ ୧୬୮ ଜଣ ସ୍ଥାନୀୟ ବାସିନ୍ଦା। ପ୍ରଥମ ଥର ପାଇଁ ରାଜ୍ୟରେ ଏତେ ସଂଖ୍ୟକ ସ୍ଥାନୀୟ ବାସିନ୍ଦା ଆକ୍ରାନ୍ତ ହୋଇଛନ୍ତି। ଯାହା ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

୨୧ ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୫୭୧ ଜଣ ଆକ୍ରାନ୍ତ। ଅନୁଗୁଳର ୪, ବାଲେଶ୍ୱରର ୨୮, ଭଦ୍ରକରୁ ୧,ବଲାଙ୍ଗିରର ୫, କଟକ ୨୯, ଢେଙ୍କାନାଳର ୧, ଗଜପତି ୫୬, ଗଞ୍ଜାମ ୨୭୩, ଜଗତସିଂହପୁର ୧୭, ଯାଜପୁର ୧୬, ଝାରସୁଗୁଡା ୧, କେନ୍ଦ୍ରାପଡା ୩, କେନ୍ଦୁଝର ୭, ଖୋର୍ଦ୍ଧା ୩୭, ମୟୁରଭଞ୍ଜ ୧୪, ନବରଙ୍ଗପୁର ୭, ନୟାଗଡ ୧, ପୁରୀ ୪, ରାୟଗଡା ୧୦, ସମ୍ବଲପୁର ୬, ସୁନ୍ଦରଗଡ଼ର ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୦୦୯୭ ଜଣ କରୋନା ସଂକ୍ରମଣ ରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୪୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୩୫୫୭ ଜଣ ଏବେ ସକ୍ରିୟ ଅଛନ୍ତି। ରାଜ୍ୟରେ ଆଜି ଆଉ ୪ ଜଣ ପ୍ରାଣ ହରାଇଛନ୍ତି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୨ରେ ପହଁଞ୍ଚିଛି।

Comments are closed.