Odisha Link
Bridging the Missing Links in Odisha

ବନ୍ଦ ହେଲା ମନ୍ତ୍ରୀ ଅରୁଣଙ୍କ ଅଭିଯୋଗ ପ୍ରକୋଷ୍ଠ

ଭୂବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ମହାମାରୀ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହାକୁ ନଜରରେ ରଖି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପଶୁ ପାଳନ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ତାଙ୍କ ସରକାରୀ ବାସଭବନରେ ରହିଥିବା ବ୍ୟକ୍ତଗିତ ଅଭିଯୋଗ ପ୍ରକୋଷ୍ଠକୁ ବନ୍ଦ କରିଛନ୍ତି । ଏନେଇ ମନ୍ତ୍ରୀ ଅରୁଣ ସୂଚନା ଦେଇଛନ୍ତି।

ଯେ କୈାଣସି ବିଷୟରେ ଅଭିଯୋଗକୁ ଲେଖି ନାମ, ଠିକଣା ଏବଂ ଟେଲିଫୋନ ନଂ ସହିତ ତାଙ୍କର ମେଲ ଆଇଡି  ଯୋଗେ ପଠାଇବାକୁ ଅନୁରୋଧ କରିଛନ୍ତି । ଅଭିଯୋଗର ବିଚାର କରାଯାଇ ଏହାର ଅଗ୍ରଗତି ସଂମ୍ପର୍କରେ ଟେଲିଫୋନ ମାଧ୍ୟମରେ ଜଣାଇ ଦିଆଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି ।

ଏଥିସହିତ କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ମାନିବା, ମାସ୍କ ବ୍ୟବହାର କରିବା ଏବଂ ଜରୁରୀ କାମ ଶିଶୁ ଏବଂ ବରିଷ୍ଠ ନାଗରିକମାନେ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ।

Comments are closed.