Odisha Link
Bridging the Missing Links in Odisha

ମୋ ଭଉଣୀ ବି ସମଲିଙ୍ଗୀ: ଦୂତୀ ଚାନ୍ଦ

ଭୁବନେଶ୍ବର: ସମଲିଙ୍ଗୀ ସମ୍ପର୍କ ପାଇଁ ୨୦୧୯ ମସିହାରେ ପରିବାରରୁ ବିତାଡ଼ିତା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଧାବିକା ଦୂତୀ ଚାନ୍ଦ ଏବେ ନିଜ ଭଉଣୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ତାଙ୍କ ଭଉଣୀ ସରସ୍ବତୀ ଚାନ୍ଦ ମଧ୍ୟ ଜଣେ ଝିଅ ସହ ସମ୍ପର୍କ ରଖିଛନ୍ତି ବୋଲି କଗଣମାଧ୍ୟମକୁ କହିଛନ୍ତି ଦୂତୀ।

ଦୂତୀ କହିଛନ୍ତି ଯେ ସରସ୍ବତୀ ସବୁବେଳେ ତାଙ୍କର ସମ୍ପର୍କକୁ ବିରୋଧ କରି ଆସୁଥିଲେ। ଏ ନେଇ ଗତ ବର୍ଷ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ସମଲିଙ୍ଗୀ ସମ୍ପର୍କ କଥା ସେ ଗଣମାଧ୍ୟମକୁ ଜଣାଇଥିଲେ। ତେବେ ଏବେ ସରସ୍ବତୀ ନିଜେ ଆସାମର ଜଣେ ଝିଅ ସହ ସମ୍ପର୍କ ରଖିଥିବା କହିଛନ୍ତି ଦୂତୀ।

ଦୂତୀ କହିଛନ୍ତି, ‘ଆସାମର ସେ ଝିଅଟି ମୋ ଭଉଣୀ ସହ ଆମ ଘରେ ରହୁଛି ଓ ତାକୁ ବୋହୂ ଭଳି ବ୍ୟବହାର ମିଳୁଛି। ଯଦି ସରସ୍ବତୀ ଏଭଳି ସମ୍ପର୍କ ରଖପାରୁଛନ୍ତି ତେବେ ମୋତେ କେଉଞ କାରଣରୁ ବିରୋଧ କରୁଥିଲେ?’

ନିଜ ଭଉଣୀଙ୍କ ସମଲିଙ୍ଗୀ ସମ୍ପର୍କ ନେଇ ସେ ବ୍ୟଥିତ ନୁହନ୍ତି। ତେବେ ସମାନ କାରଣୁ ସରସ୍ବତୀ ତାଙ୍କୁ ମାନସିକ ନିର୍ଯାତନା ଦେଇ ଆସିଛନ୍ତି ଓ ଏହା ଫଳରେ ତାଙ୍କର ଅଭ୍ୟାସ ବାଧାପ୍ରାପ୍ତ ହେଇଥିବା ଦୂତୀ କହିଛନ୍ତି।

Comments are closed.