Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ୭୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତାଠୁ ବଡ଼ ଚିନ୍ତା ହେଉଛଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଆଜି ୬୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଏବଂ ଜଣଙ୍କର ଅନାନ୍ୟ କାରଣରୁ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ଥ୍ୟସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗଞ୍ଜାମରୁ ୪, ଭୁବନେଶ୍ୱରରୁ ଜଣେ ଓ କଟକରୁ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି। ଏଥସହିତ ଗଞ୍ଜାମର ଜଣେ ୧୭ ବର୍ଷୀୟ ବାଳକର କ୍ୟାନସର ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଗଞ୍ଜାମର ୧୭, ୪୫, ୪୯, ୬୩ ଓ ୭୨ ବର୍ଷୀୟ ପୁରୁଷଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଗଞ୍ଜାମର ୧୭ ବର୍ଷୀୟ ପୁରୁଷ କ୍ୟାନ୍ସର ରୋଗୀରେ ପୀଡିତ ଥିବା ଜଣାପଡିଛି। ୭୨ ବର୍ଷୀୟ ପୁରୁଷ ମଧୁମେହଓ କିଡନୀ ଜନିତ ରୋଗରେ ପୀଡିତ ଥିଲେ। ସେହିପରି ୪୯ ବର୍ଷୀୟ ସେହିପରି କଟକରେ ଜଣେ ୪୦ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ଘଟିଛି। ଅନ୍ୟପଟେ ଭୁବନେଶ୍ୱରର ୬୭ ବର୍ଷୀୟ ପୁରୁଷ ମଧୁମେହ ଓ କିଡନୀ ଜନିତ ରୋଗରେ ପୀଡିତ ଥିଲେ।

Comments are closed.