Odisha Link
Bridging the Missing Links in Odisha

ମିଳିଲାନି କାନ୍ଧ, ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେବ ପଡ଼ି ରହିଛି କରୋନା ଯୋଦ୍ଧାଙ୍କ ମୃତଦେହ

ଗଞ୍ଜାମ: ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଅପରପକ୍ଷେ ରାଜ୍ୟରେ କରୋନା ଜନିିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ଏପରି ସମୟରେ ଅନ୍ୟ କାରଣରୁ ମଧ୍ୟ ଲୋକଙ୍କ ମୃତ୍ୟୁ ହେଉଛି। ହେଲେ ମୃତ୍ୟୁ ପରେ ଅଛୁଆଁ ହେଇ ରହିଯାଉଛି ମୃତକ ଜଣକର ଶରୀର। ଏପରିକି କରୋନା ଯୋଦ୍ଧାଙ୍କ ମୃତ ଶରୀର ମଧ୍ୟ ଅଛୁଆଁ ହୋଇ ରହିଯାଉଛି। କରୋନା ପରି ମହାମାରୀ ସମୟରେ ଯିଏ ଆଗ ଧାଡ଼ିର ଯୋଦ୍ଧା ସାଜିଥିଲେ, ତାଙ୍କ ମୃତଦେହ ଉଠାଇବାକୁ କେହିବି କାନ୍ଧ ବଢ଼ାଉ ନାହାନ୍ତି। ମେଡିକାଲ ବାହାରେ ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେବ ପଡ଼ି ରହିଛି ମୃତଦେହ। କରୋନା ଡରରେ ପରିବାର ଲୋକେ ଉଠାଉ ନ ଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କର ମଧ୍ୟ ଦେଖା ମିଳୁନି। ଏପରି ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲ୍ଲା କୋଦଳାରେ ଦେଖିବାକୁ ମିଳିଛି।

ଗଞ୍ଜାମ ଜିଲ୍ଲା କୋଦଳା ମେଡିକାଲ୍ ବାହାରେ ପଡ଼ି ରହିଛି କରୋନା ମୁକାବିଲାର ଆଗ ଧାଡ଼ିର ଜଣେ ଯୋଦ୍ଧାଙ୍କ ମୃତଦେହ। ମୃତକ ପୁଲିସ୍‌ ଏଏସ୍ଆଇ ରବିନ୍ଦ୍ରନାଥ ବେହେରା ବୋଲି ଜଣାଯାଇଛି। ରବିନ୍ଦ୍ର ଗତ ୪ ଦିନ ଧରି ଜ୍ୱର, କାଶରେ ପୀଡ଼ିତ ଥିଲେ । ଗତକାଲି ସ୍ୱାସ୍ଥାବସ୍ଥା ବିଗିଡ଼ିବାରୁ ପରିବାର ଲୋକେ ତାଙ୍କୁ କୋଦଳା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯେଉଁଠି ତାଙ୍କ ମୃତ୍ୟୁ ହୋଇଥିଲା। ତେବେ ମୃତ୍ୟୁ ପରେ ତାଙ୍କ ମର ଶରୀରକୁ ଉଠାଇବାକୁ କେହି ବି ଆସି ନାହାନ୍ତି । ଏପରିକି ତାଙ୍କ ପରିବାରଲୋକେ ବି ମୃତଦେହକୁ ଗ୍ରହଣ କରୁ ନାହାନ୍ତି । ହସ୍ପିଟାଲ୍ ଭିତରେ ମୃତଦେହକୁ ନରଖି ବାହାରକୁ ବାହାର କରି ଦିଆଯାଇଛି ।

ସୂଚନାଥାଉକି, ଭଞ୍ଜନଗର କୋର୍ଟରେ କାର୍ଯ୍ୟ କରୁଥିଲେ ରବିନ୍ଦ୍ର। ଗତ କିଛି ବର୍ଷ ଧରି ସେ ବେଗୁନିଆପଡ଼ାରେ ରହୁଥିଲେ। ଯେଉଁ ବ୍ୟକ୍ତି ସାଧାରଣ ଲୋକଙ୍କ ପାଇଁ କରୋନା ପରି ମହାମାରୀ ସମୟରେ କାମ କରୁଥିଲେ ମଧ୍ୟ ଶେଷରେ ତାଙ୍କ ମୃତଦେହକୁ ଉପଯୁକ୍ତ ସମ୍ମାନ ମିଳିନି।

Comments are closed.