Odisha Link
Bridging the Missing Links in Odisha

ସାବାସ୍‌ ସାମ୍ବାଦିକ: ପିପିଇ ପିନ୍ଧି ଏଏସଆଇଙ୍କ ମୃତଦେହକୁ ଦେଲେ କାନ୍ଧ

ଭୁବନେଶ୍ୱର : କରୋନାକୁ ନେଇ ରାଜ୍ୟରେ ପରିସ୍ଥିତି ଅଣାୟତ୍ତ। ଏପିରିକି ମହାମାରୀ କରୋନା ଭୟରେ କୌଣସି କାରଣରୁ କେହି ମରିଗଲେ ବି ଲୋକେ ଶବ ପାଖକୁ ଯାଉନାହାନ୍ତି କି କାନ୍ଧଟିକେ ଦେବାକୁ ସାହାସ କରୁ ନାହାନ୍ତି। ସବୁଠୁ ବଡ଼ କଥା ହେଲା ନିଜ ସମ୍ପର୍କୀୟମାନେ ବି ମୁହଁ ବୁଲାଇ ନେଉଛନ୍ତି। ମେଡିକାଲ ବାହାରେ ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେବ ପଡ଼ି ରହିଥିଲା ମୃତଦେହ। କରୋନା ଡରରେ ପରିବାର ଲୋକେ ଉଠାଉ ନ ଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କର ମଧ୍ୟ ଦେଖା ମିଳୁନି। ଏପରି ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲ୍ଲା କୋଦଳାରେ ଦେଖିବାକୁ ମିଳିଥିଲା। ଏଖବର ଜାଣିବା ପରେ ସ୍ଥାନୀୟ ଅଞ୍ଚଳର ୨ଜଣ ସାମ୍ବାଦିକ ସହଯୋଗର ହାତ ବଢ଼ାଇଛନ୍ତି। ନିକଟରେ ଚାରି ଜଣ ସାମ୍ବାଦିକ ଜଣେ ମୃତକଙ୍କ ଶବ ଉଠାଇ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ଏବେ ଆଉ ଦୁଇ ଜଣ ସାମ୍ବାଦିକ ବି ଚର୍ଚ୍ଚାରେ ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଭଞ୍ଜନଗର କୋର୍ଟରେ ଜଣେ ଏଏସଆଇ କାର୍ଯ୍ୟ କରୁଥିଲେ। ଗତକାଲି ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମେଡ଼ିକାଲ ଷ୍ଟାଫ ବା କୌଣସି କର୍ମଚାରୀ ଶବ ଉଠାଇବାକୁ ଯାଇନଥିଲେ। ବିଭିନ୍ନ ଗଣାମଧ୍ୟମରେ ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳର ୨ ସାମ୍ବାଦିକ ଭଗବାନ ପାଢ଼ୀ ଓ ସନ୍ତୋାଷ ସେଠୀ ମେଡିକାଲରେ ପଡି ରହିଥିବା ମୃତ ଶରୀର ପାଖରେ ପହଁଞ୍ଚିଥିଲେ। ମୃତ ଏଏସ୍‌ଆଇଙ୍କ ପୁଅ, ରଶ୍ମି ରଞ୍ଜନ ପଣ୍ଡା, ମନୋଜ କୁମାର ବେହେରା ନାମକ ବ୍ୟକ୍ତି ମାନେ ପିପିଇ କିଟ ପିନ୍ଧି ମୃତ ଶରୀରକୁ କଫିନ୍‌ ଭିତରେ ରଖିଥିଲେ। ମିଳିଥିବା ସୂଚନା ଅନୁଯାୟୀ ମୃତକଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯିବ ବୋଲି ଗଞ୍ଜାମ ଏସପି କହିଛନ୍ତି।  ସାମ୍ବାଦିକଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।

Comments are closed.