Odisha Link
Bridging the Missing Links in Odisha

ରାଜଭବନ ଫେରିଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ

ଭୁବନେଶ୍ବର: ରାଜଭବନ ଫେରିଲେ ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲ। ରୁଟିନ୍‌ ଚେକ୍ ଅପ୍‌ କରିବା ପାଇଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଆଡମିଟି ହୋଇଥିଲେ ରାଜ୍ୟପାଳ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାବ୍ୟକ୍ତ ଜଣାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସମସ୍ତଙ୍କ ସ୍ନେହ ଓ ସଦିଚ୍ଛା ପାଇଁ ସେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି।

ଏହା ଏକ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଥିଲା ବୋଲି ରାଜ୍ୟପାଳ କହିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସେ ଭଲ ଅଛନ୍ତି ବୋଲି କହିଛନ୍ତି। ଉଲ୍ଳେଖଯୋଗ୍ୟ ଯେ ଜତ ୨୩ତାରିଖ ଦିନ ଆପୋଲୋ ହସ୍ପିଟାଲରେ ରୁଟିନ ଚେକଅପ ଚାଲିଥିଲା ।

 

Comments are closed.