Odisha Link
Bridging the Missing Links in Odisha

ଭାରତର ଆଉ ଏକ ଡିଜିଟାଲ ଷ୍ଟ୍ରାଇକ୍, ଆଉ ୪୭ ଆପ୍‌ ଉପରେ ଲାଗିଲା ବ୍ୟାନ୍

ନୂଆଦିଲ୍ଲୀ: ଏଲଏସିରେ ଚୀନ ସହିତ ସୀମା ବିବାଦ ଲାଗି ରହିଥିବା ବେଳେ ଭାରତର ଆଉ ଏକ ଡିଜିଟାଲ ଷ୍ଟ୍ରାଇକ୍।ପୂର୍ବରୁ ୫୯ଟି ଚାଇନା ଆପ୍‌କୁ ନିଷିଦ୍ଧ ଘୋଷଣା କରିଥିବା ଭାରତ ଏବେ ଆଉ ୪୭ଟି ଆପ୍‌ କୁ ବ୍ୟାନ କରିବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି।

ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ଏହି ସମସ୍ତ ୪୭ ଟି ଆପ୍ ପୂର୍ବରୁ ନିଷିଦ୍ଧ ହୋଇଥିବା ୫୯ଟି ଆପ୍ ର କ୍ଲୋନ୍ ଅଟେ। ହେଲେ ଏହି ୪୭ଟି ନିଷିଦ୍ଧ ଆପର ନାମ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ସୂଚନାଥାଉକି ଆପଗୁଡିକ ଉପରେ ନିଷେଧାଦେଶ ସମ୍ପର୍କରେ ସରକାରଙ୍କ ତରଫରୁ କୌଣସି ସରକାରୀ ବିବୃତ୍ତି ଆସିନାହିଁ।

ଏଭଳି ପରିସ୍ଥିତିରେ ଭାରତ ସରକାରଙ୍କ ଦ୍ୱାରା ମୋଟ ୧୦୬ଟି ଆପକୁ ନିଷିଦ୍ଧ କରାଯାଇଛି। ଏଥି ସହିତ ସରକାର ୨୭୫ ଟି ଚାଇନିଜ୍ ମୋବାଇଲ୍ ଆପ୍କର ଏକ ତାଲିକା ପ୍ରସ୍ତୁତ କରିଥିବା ମଧ୍ୟ ସୂଚନା ମିଳିଛି। ଯାହା ଆଗାମୀ ସମୟରେ ନିଷିଦ୍ଧ ହୋଇପାରେ। ଏହି ତାଲିକାରେ ପବଜୀ ଏବଂ ଜିଲି ଭଳି ଆପ୍ ଅନ୍ତର୍ଭୁକ୍ତ ରହିଛି।

Comments are closed.