Odisha Link
Bridging the Missing Links in Odisha

ଜୁଲାଇ ୨୯ରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ଆସନ୍ତା ୨୯ ତାରିଖ ବୁଧବାର ଦିନ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୋମବାର ମଧ୍ୟାହ୍ନ ୧୨ଟାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବୋର୍ଡର ୨ଟି ୱେବ୍‌ସାଇଟ୍‌ ଏବଂ ଏସଏମଏସ ଜରିଆରେ ଛାତ୍ରଛାତ୍ରୀମାନେ ନିଜର ଫଳାଫଳ ଜାଣିପାରିବେ ବୋଲି ମନ୍ତ୍ରୀ ଦାଶ କହିଛନ୍ତି। ସେହିପରି ଅଗଷ୍ଟ ଶେଷ ଆଡକୁ ଯୁକ୍ତ ୨ ରେଜଲ୍ଟ ପ୍ରକାଶ ପାଇପାରେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରାଙ୍କ ସୂଚନା ଅନୁସାରେ, ବୋର୍ଡର ୨ଟି ୱେବ୍‌ସାଇଟ୍‌(bseodisha.ac.in ଏବଂ www.bseodisha.nic.in) ଏବଂ ୫୬୭୬୭୫୦ ନମ୍ବରକୁ ଏସଏମଏସ ଜରିଆରେ ରେଜଲ୍ଟ ମିଳିପାରିବ। ସକାଳ ୯ଟାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଫଳ ଘୋଷଣା କରାଯିବ। ପୂର୍ବାହ୍ନ ୧୧ଟା ୩୦ରେ ଫଳାଫଳ ୱେବସାଇଟ୍‌ରେ ଉପଲବ୍ଧ ହେବ।

Comments are closed.