Odisha Link
Bridging the Missing Links in Odisha

ଆଜି ଭାରତରେ ପହଁଞ୍ଚିବ ରାଫେଲ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ଶକ୍ତିକୁ ମଜବୁତ କରିବାକୁ ଯାଉଥିବା ଫ୍ରାନ୍ସ ନିର୍ମିତ ୫ଟି ରାଫେଲ ଯୁଦ୍ଧ ବିମାନ ଆଜି ଭାରତରେ ପହଁଞ୍ଚିବ। ୭୩୬୪ କିଲୋମିଟର ଉଡ଼ାଣ ପରେ ଆଜି ଭାରତର ପହଁଞ୍ଚିବ ରାଫେଲ୍। ବିମାନଗୁଡ଼ିକ ହରିୟାଣାର ଅମ୍ବାଲା ବିମାନଘାଟିରେ ଅବତରଣ କରିବ ଏବଂ ଏଥିପାଇଁ ଏହି ଅଞ୍ଚଳ‌େର ୧୪୪ ଧାରା ଜାରି କରାଯାଇଛି।

ରାଫେଲ ଫାଇଟର ଜେଟ୍‌ ଘଣ୍ଟା ପ୍ରତି ୧୩୮୯ କିମି ବେଗରେ ଉଡ଼ାଣ କରିପାରିବ। ତେବେ ଲମ୍ବା ଉଡ଼ାଣରେ ଆସିଥିବା ଏହି ବିମାନଗୁଡ଼ିକ ପାଇଁ ୟୁଏଇରେ ଗୋଟିଏ ବିରତି ରଖାଯାଇଥିଲା। ଗତକାଲି ସନ୍ଧ୍ୟା ବେଳେ ଏହି ବିମାନଗୁଡ଼ିକୁ ୟୁଏଇରେ ଅବତରଣ କରିଥିଲେ। ୫ଟି ରାଫେଲ ବିମାନ ମଧ୍ୟରୁ ତିନିଟି ଗୋଟିଏ ସିଟ୍ ବିଶିଷ୍ଟ ହୋଇଥିବା ବେଳେ ଆଉ ଅନ୍ୟ ଦୁଇଟିରେ ଦୁଇଟି ଲେଖାଏଁ ସିଟ୍ ରହିଛି। ଏଭଳି ୩୬ଟି ରାଫେଲ ବିମାନ କିଣିବା ଲାଗି ଭାରତ ସରକାର ୨୦୧୬ରେ ଫ୍ରାନ୍ସ ସହିତ ୫୯ ହଜାର କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷରିତ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଭାରତକୁ ୫ଟି ରା‌େଫଲ ଜେଟ୍ ହସ୍ତାନ୍ତର କରାଯାଇଛି।

ରାଫେଲ ଜେଟ୍ ଗୁଡ଼ିକୁ ଚୀନ ସହିତ ଲାଗିଥିବା ପ୍ରକୃତ ନିୟନ୍ତ୍ରଣ ରେଖାରେ ମୁତୟନ କରାଯିବ ବୋଲି ଜଣାପଡ଼ିଛି। ପୂର୍ବ ଲଦାଖରେ ଚୀନ ସହିତ ଭାରତ ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ରାଫେଲ ଜେଟ୍ ଭାରତୀୟ ସେନାର ଆକ୍ରମଣ ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହେବ। ଆଜି ଅମ୍ବାଲା ବାୟୁସେନା ଘାଟିରେ ସମସ୍ତ ବିମାନ ଅବତରଣ କରିବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି ଏବଂ ଆଖପାଖ ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଇଛି। ସପ୍ତାହକ ମଧ୍ୟରେ ଏହି ବିମାନକୁ ମିସନ୍‌ ପାଇଁ ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି।

Comments are closed.