କର୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କରୋନା ଆକ୍ରାନ୍ତ
ବେଙ୍ଗାଲୁରୁ: ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ୟେଦିୟୁରପ୍ପା,ତାଙ୍କ ଝିଅ ଓ ୬ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଆଜି କର୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମେୟା ମଧ୍ୟ ଏହି ମହାମାରୀ କବଳରେ ପଡ଼ିଛନ୍ତି। ସିଦ୍ଧରମେୟା କରୋନା ଆକ୍ରାନ୍ତ ବୋଲି ନିଜେ ଟୁଇଟ୍ କରି ଜଣାଇଛନ୍ତି।
I have been tested positive for #Covid19 & also been admitted to the hospital on the advice of doctors as a precaution.
I request all those who had come in contact with me to check out for symptoms & to quarantine themselves.
— Siddaramaiah (@siddaramaiah) August 4, 2020
ସିଦ୍ଧରମେୟା ଏବେ କର୍ଣାଟକ ବିଧାନସଭାରେ ବିରୋଧୀଦଳ ନେତା ଅଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି କରୋନା ପରୀକ୍ଷା କରାଇନେବା ସହ ସଂଗରୋଧରେ ରହିବାକୁ ସେ ଅନୁରୋଧ କରିଛନ୍ତି।
ସିଦ୍ଧରମେୟା ବେଙ୍ଗାଲୁରୁର ଏକ ଘରୋଇ ଚିକତ୍ସାଳୟ ମନିପାଲ ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ମଧ୍ୟ ସମାନ ହସ୍ପିଟାଲରେ ଅଛନ୍ତି।
Comments are closed.