ରାଜ୍ୟରେ ଆଉ ୨ ପ୍ଲାଜମା ବ୍ୟାଙ୍କ ଉଦଘାଟିତ

ଭୁବନେଶ୍ବର: ବ୍ରହ୍ମପୁର ଏମ୍କେସିଜିରେ ଓ ବୁର୍ଲା ଭୀମସାରରେ ରାଜ୍ୟର ୪ର୍ଥ ଓ ୫ମ ପ୍ଲାଜମା ବ୍ୟାଙ୍କର ଉଦଘାଟନ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉଦଘାଟନ ସମାରୋହ ପାଇଁ ଏମ୍କେସିଜିରେ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ,, ବ୍ରହ୍ମପୁର ସାଂସଦ ପ୍ରମୁଖ ଉପସ୍ଥିତ ଥିଲେ।। ସେହିପରି ଭିମସାରରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ଜିଲ୍ଲାପାଳ ଏବଂ ବୁର୍ଲା ଭିମସାର ସମସ୍ତ କର୍ତ୍ତୃପକ୍ଷ ଏବଂ ବିଭାଗିୟ ମୂଖ୍ୟ ମାନେ ଉପସ୍ଥିତ ରହିଥିଲେ।
ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବିଗୁଡ଼ୁଥିବା ବେଳେ ପ୍ଲାଜମା ଚିକିତ୍ସା ନୂଆ ଆଶା ଦେଖାଇଛି। ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ରାଜ୍ୟରେ ପ୍ଲାଜମା ଥେରାପୀରୁ ସଫଳତା ମିଳୁଛି। ବର୍ତ୍ତମାନ ରାଜ୍ୟରେ କଟକ ଏସସିବି, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ, ରାଉରକେଲା ଆଜିଏଚ୍ ରେ କାର୍ଯ୍ୟକ୍ଷମ ହୋଇଛି ପ୍ଲାଜମା ବ୍ୟାଙ୍କ। ଆଜି ବୁର୍ଲା ଭୀମସାର ଓ ବ୍ରହ୍ମପୁର ଏମକେସିଜିରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ହୋଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ଅତିରିକ୍ତ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।