Odisha Link
Bridging the Missing Links in Odisha

ରାଜ୍ୟରେ ଅଣାୟତ୍ତ କରୋନା: ଆଜି ୨୬୯୮ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନନୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସ୍ଥିତି। ଆଜି ରାଜ୍ୟର ୩୦ ଜିଲ୍ଲାରୁ ଆଉ ୨୬୯୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨ ହଜାର ପାର କରିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୬୭୫ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୦୨୩ ଜଣ ସ୍ଥାନୀୟ ଆକ୍ରାନ୍ତ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୭୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆଜି ଅନୁଗୁଳରୁ ୨୯, ବାଲେଶ୍ବର ୧୦୨, ବରଗଡ଼ ୫୬, ଭଦ୍ରକ ୮୯, ବଲାଙ୍ଗିର ୭୧, ବୌଦ୍ଧ ୧୧, କଟକ ୨୦୭, ଦେବଗଡ଼ ୨, ଢେଙ୍କାନାଳ ୨୭, ଗଞ୍ଜାମ ୧୬୨, ଜଗତସିଂହପୁର ୨୧, ଯାଜପୁର ୮୦,ଝାରସୁଗୁଡ଼ା ୭୨, କଳାହାଣ୍ଡି ୪୯, କନ୍ଧମାଳ ୮୧, କେନ୍ଦ୍ରାପଡ଼ା ୮୯, କେନ୍ଦୁଝର ୨୧, କୋରାପୁଟ ୧୪୬, ମାଲକାନଗିରି ୮୧, ମୟୂରଭଞ୍ଜ୧୨୮, ନବରଙ୍ଗପୁର ୯୧, ନୟାଗଡ଼ ୯୪, ନୂଆପଡ଼ା ୩, ପୁରୀ ୮୭, ରାୟଗଡ଼ା ୧୫୪, ସମ୍ବଲପୁର ୭୮, ସୋନପୁର ୩୧, ସୁନ୍ଦରଗଡ଼ ୧୦୩।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨,୭୧୮ରେ ପହଁଞ୍ଚିଛି। ସେମଧ୍ୟରୁ ୪୮,୫୭୬ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୨୩,୬୯୯ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.