Odisha Link
Bridging the Missing Links in Odisha

କୃଷି ଭବନ ୨୩ ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ୍

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ କରୋନା ସଂକ୍ରମଣ। ଦିନକୁ ଦିନ କ୍ରମାଗତ ଭାବେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ଭୁବନେଶ୍ବରରେ ବଢ଼ି ଚାଲିଛି ସଂକ୍ରମଣ। ଏସବୁ ମଧ୍ୟରେ କୃଷି ଭବନ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ସୂଚନା ମିଳିଛି।

କୃଷି ଭବନରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ବିଲ୍ଡିଂକୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସିଲ୍‌ କରି ଦିଆଯାଇଛି। ଏନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରାଯାଇଛି। ବିଲଡିଂ ବିଶୋଧନ କରିବା ପାଇଁ ଏପରି ପଦକ୍ଷେପ ନିଆଯାଉଥିବା ନେଇ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.