Odisha Link
Bridging the Missing Links in Odisha

ସତର୍କ ରୁହନ୍ତୁ! ନଚେତ୍‌ ବାତିଲ୍‌ ହୋଇପାରେ ଡିଏଲ୍

ଭୁବନେଶ୍ୱର: ଆପଣ ଗାଡି ଚଲାଉଛନ୍ତି କି? ଯଦି ହଁ। ମଦ ପିଇ କିମ୍ବା ମୋବାଇଲରେ ଗପି ଗାଡ଼ି ଚଲାଇବାର ଅଭ୍ୟାସ ଅଛି କି? ଯଦି ହଁ। ତେବେ ସତର୍କ ହେଇଯାଆନ୍ତୁ। ଏଣିକି ମଦ ପିଇ କିମ୍ବା ମୋବାଇଲରେ ଗପି ଗାଡ଼ି ଚଲାଇଲେ ୩ ମାସ ପାଇଁ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ । ଏନେଇ ଗତକାଲି ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ମଦ ପିଇ କିମ୍ବା ମୋବାଇଲରେ ଗପି ଡ୍ରାଇଭିଂ ବେଳେ ଧରାପଡିଲେ, ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସକୁ ପୁୁଲିସ ୭ ଦିନ ମଧ୍ୟ ସ୍ଥାନୀୟ ଆରଟିଓ ନିକଟକୁ ପଠାଇବେ। ଆରଟିଓ ଉକ୍ତ ଲାଇସେନ୍ସକୁ ବାତିଲ କରିବାକୁ ପ୍ରକ୍ରିୟା ଆରମ୍ଭ କରିବେ। ଏଥିସହ ଧାର୍ଯ୍ୟ ବେଗଠାରୁ ଅଧିକ ବେଗରେ ଗାଡ଼ି ଚଲାଇଲେ କିମ୍ବା ଅଧିକ ଲୋକଙ୍କୁ ବସାଇ ଗାଡ଼ି ଚଳାଉଥିଲେ ବି କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସଟିଏ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.