Odisha Link
Bridging the Missing Links in Odisha

କରୋନା କଟକଣା ଭିତରେ ପୂଜା ପାଉଛନ୍ତି ବିଘ୍ନବିନାଶକ

ଭୁବନେଶ୍ବର: ଆଜି ପବିତ୍ର ଗଣେଶ ଚତୁର୍ଥୀ। ସମଗ୍ର ଦେଶରେ ଗଣେଶ ପୂଜା ଧୁମ୍‌ଧାମ୍ ପାଳିତ ହୋଇଥାଏ। ସବୁଠି ଉତ୍ସବର ମାହୋଲ ଥାଏ। ମାତ୍ର ଚଳିତ ବର୍ଷ ମହାମାରୀ କରୋନା ପାଇଁ ଗଣପର୍ବ ଗଣେଶ ପୂଜା ଫିକା ପଡିଯାଇଛି। ସାର୍ବଜନୀନ ପୂଜା ଉପରେ ପ୍ରଶାସନ ରୋକ ଲଗାଇଛି। ଫଳରେ ଘରେ ରହି ନିରାଡ଼ମ୍ବରେ ବିଘ୍ନବିନାଶକଙ୍କ ପୂଜା କରୁଛନ୍ତି ଲୋକେ। ଏଥିସହ ସ୍କୁଲ ଓ କଲେଜରେ ମଧ୍ୟ ଗଣେଶ ପୂଜା ପାଳିତ ହେଉ ନାହିଁ। ଛାତ୍ରଛାତ୍ରୀମାନେ ଘରେ ରହି ବିଦ୍ୟାଦାତାଙ୍କ ଆରାଧନା କରୁଛନ୍ତି। ଚଳିତ ବର୍ଷ ଓଡ଼ିଶାରେ ଗଣେଶ ପୂଜାର ମାହୋଲ୍ ସଂପୂର୍ଣ୍ଣ ଭିନ୍ନ ଥିବା ନଜରକୁ ଆସୁଛି।

ପ୍ରତି ବର୍ଷ ଗଣେଶ ଚଥୁର୍ଥୀରେ ବେଶ ଧୁମଧାମରେ ଗଣପତିଙ୍କର ଭିନ୍ନ ଭିନ୍ନ ମୂର୍ତ୍ତି ପୂଜା ପାଇଥାଏ। କରୋନା ସଂକ୍ରମଣ ପାଇଁ କୌଣସି ମଣ୍ଡପରେ ଗଣେଶ ପୂଜା ହେବା ଉପରେ କଟକଣା ଲାଇଛି ପ୍ରଶାସନ। ଫଳରେ ସାର୍ବଜନିକ ପୂଜା କୌଣସି ସ୍ଥାନରେ ଗହଳି ନହେବା ସହିତ ସାମାଜିକ ଦୂରତା ମାନିବାକୁ ପରାମର୍ଶ ଦିଆଯାଇଛି। ବିଧି ରକ୍ଷା କରିବାକୁ ସ୍କୁଲ୍ ଗୁଡିକରେ ଶିକ୍ଷକମାନେ ପୂଜା କରିବାକୁ କୁହାଯାଇଛି। କରୋନା କଟକଣା ମାନି ବିନା ଛାତ୍ରଛାତ୍ରୀରେ ସ୍କୁଲରେ ପୂଜା କରାଯିବ। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ୭ ଶହରୁ ଊର୍ଦ୍ଧ୍ୱ ସ୍ଥାନରେ ପୂର୍ବରୁ ଗଣେଶ ପୂଜା ହେଉଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ସ୍ଥାନରେ ବଡ଼ ଆକାରରେ ପୂଜା କରାଯାଉଥିଲା। ଯାହା ଚଳିତ ବର୍ଷ ବନ୍ଦ ରହିଛି।

Comments are closed.