Odisha Link
Bridging the Missing Links in Odisha

ପ୍ରଥମ ପେସ୍‌ ବୋଲର ଭାବେ ୬ଶହ ଓ୍ବିକେଟ୍‌ କ୍ଲବରେ ଆଣ୍ଡରସନ୍

ଓଏଲ୍‌ ବ୍ୟୁରୋ: ଇତିହାସ ରଚିଲେ ଇଂଲଣ୍ଡ କ୍ରିକେଟ ଦଳର ୩୮ ବର୍ଷୀୟ ପେସ୍‌ ବୋଲର ଜେମ୍ସ ଆଣ୍ଡରସନ୍। ପ୍ରଥମ ପେସ୍‌ ବୋଲର ଭାବେ ଟେଷ୍ଟ କ୍ରିକେଟର ୬ଶହ ଓ୍ବିକେଟ କ୍ଲବରେ ସାମିଲ ହେଲେ ଜେମ୍ସ ଆଣ୍ଡରସନ୍। ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚରେ ଏହି କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି ଆଣ୍ଡରସନ୍। ପାକିସ୍ତାନ ବିପକ୍ଷ ୩ୟ ଟେଷ୍ଟର ୩ୟ ଦିନରେ ୨ ଓ୍ବିକେଟ, ୪ର୍ଥ ଦିନରେ ଗୋଟିଏ ଏବଂ ୫ମ ଦିନରେ ଗୋଟିଏ ଓ୍ବିକେଟ ନେଇ ଏହି ରେକର୍ଡର ଅଧିକାରୀ ପାଲଟିଛନ୍ତି ଆଣ୍ଡରସନ୍। ଆଣ୍ଡରସନ୍‌ଙ୍କ ୬୦୦ ଓ୍ବିକେଟ୍‌ ଶିକାର ହୋଇଛନ୍ତି ପାକିସ୍ତାନ ଦଳର ଅଧିନାୟକ ଆଝାର ଅଲ୍ଲୀ।

୧୭ ବର୍ଷର ଟେଷ୍ଟ କ୍ୟାରିୟରରେ ଆଣ୍ଡରସନ୍‌ ୪ର୍ଥ ବୋଲର ଭାବେ ୬ଶହ ଓ୍ବିକେଟ୍‌ କ୍ଲବରେ ସାମିଲ ହୋଇଛନ୍ତି। ଆଣ୍ଡରସନଙ୍କ ପୂର୍ବରୁ ମୁଥୟା ମୁରଲିଧରନ(୮୦୦), ସେନ୍‌ ଓ୍ବାର୍ଣ୍ଣ(୭୦୮), ଅନିଲ କୁମ୍ବଲେ(୬୧୯) ୬ଶହ ଓ୍ବିକେଟ କ୍ଲବରେ ସାମିଲ ହୋଇଛନ୍ତି।

ଆଣ୍ଡରସନଙ୍କ ଘାତକ ବୋଲିଂର ଶିକାର ବେଶି ଭାରତୀୟ କ୍ରିକେଟ ଦଳ ଖୋଳାଳି ମାନେ ହୋଇଛନ୍ତି। ତେବେ ଜାଣନ୍ତୁ ଆଣ୍ଡରସନ କେଉଁ ଟିମରୁ କେତେ ଓ୍ବିକେଟ ନେଇ ୬ଶହ କ୍ଲବରରେ ସାମିଲ ହୋଇଛନ୍ତି। ଆଣ୍ଡରସନଙ୍କ ଘାତକ ବୋଲିଂରେ ଟିମ୍‌ ଇଣ୍ଡିଆର ୧୧୦ ଜଣ ଖେଳାଳି ଆଉଟ୍‌ ହୋଇଇଛନ୍ତି। ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ୧୦୪ ଓ୍ବିକେଟ, ସାଉଥ ଆଫ୍ରିକା ବିପକ୍ଷରେ ୮୩, ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୮୭, ପାକିସ୍ତାନ ବିପକ୍ଷରେ ୭୩ ଓ୍ବିକେଟ ନେଇଛନ୍ତି ଜେମ୍ସ ଆଣ୍ଡରସନ୍।

ଜେମ୍ସ ଆଣ୍ଡରସନ୍‌ ଦେଶ ଭିତରେ ଅର୍ଥାତ୍‌ ଇଂଲଣ୍ଡରେ ୩୮୪ ଓ୍ବିକେଟ ନେବାରେ ସକ୍ଷମ ହୋଇଛନ୍ତି। ଦେଶ ବାହାରେ ଅଷ୍ଟ୍ରେଲିଆ ମାଟିରେ ସର୍ବାଧିକ ୬୦ ଓ୍ବିକେଟ ନେଇଛନ୍ତି ଆଣ୍ଡରସନ୍। ସେହିପରି ଇଣ୍ଡିଆରେ ମୋଟ ୧୦ଟି ମ୍ୟାଚ୍‌ ଖେଳି ୨୬ ଓ୍ବିକେଟ ନେବାରେ ସକ୍ଷମ ହୋଇଛନ୍ତି ଆଣ୍ଡରସନ୍।

Comments are closed.