Odisha Link
Bridging the Missing Links in Odisha

ଦେଶୀ ମଦ ବୋଝେଇ ଭ୍ୟାନ୍ ଜବତ, ୨ ଗିରଫ

ଭଦ୍ରକ: ଚୋରା ମଦ ଚାଲାଣ ବେଳେ ୭ ଶହ ଲିଟର ଦେଶୀ ମଦ ଜବତ। ଏକ ପିକ୍‌ଅପ୍ ଭ୍ୟାନ୍‌ରୁ ୭ ଶହ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗର ଭ୍ରାମ୍ୟମାଣ ଟିମ୍। ଗାଡିରେ ଥିବା ଡ୍ରାଇଭର ଓ ସହଯୋଗୀ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଅବକାରୀ ଟିମ୍ ସେମାନଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ସିମୁଳିଆ ଥାନା ଅଞ୍ଚଳର ତ୍ରିଲୋଚନ ସିଂ ଓ ମାର୍କୋଣା ଅଞ୍ଚଳର ହିତନଶୁ ପଣ୍ଡା।

ସୂଚନା ମୁତାବକ, ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଏକ ଟିମ୍ ଅଗରପଡା ବଜାରଠାରେ ଜଗି ରହିଥିଲେ। ଏହି ସମୟରେ ଏକ ପିକ୍‌ଅପ୍ ଭ୍ୟାନ୍‌ରେ ଦେଶୀ ମଦ ବୋଝେଇ ହୋଇ ଆସୁଥିଲା। ଅବକାରୀ ଟିମ୍ ଗାଡିଟି ଅଟକାଇ ଗାଡିରେ ଥିବା ୭ଶହ ଲିଟର ଦେଶୀ ମଦ ଜବତ କରିଛି। ଓଡି୨୨କେ୪୨୩୩ ନମ୍ବର ବିଶିଷ୍ଟ ପିକ୍‌ଅପ୍ ଭ୍ୟାନ୍‌ରେ ଏହି ଦେଶୀ ମଦ ବୋଝେଇ ହୋଇ ଚାଲାଣ କରାଯାଉଥିଲା।

Comments are closed.