Odisha Link
Bridging the Missing Links in Odisha

ଗାଁରେ ପଶିଲା ହାତୀ, ୨ ଗୁରୁତର

ବାରିପଦା : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଖେରଣା ଜଙ୍ଗଲରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଆଜି ସକାଳ ୫ରୁ ଗୋଟିଏ ଦନ୍ତା ହାତୀ ଚିଙ୍ଗିଡି ପୋଖରୀ ଗ୍ରାମକୁ ପଶି ଆତଙ୍କ ଖେଳାଇଛି। ଘରଦ୍ବାର ଭାଙ୍ଗିବା ସହ ଲୋକଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲା । ତେବେ ଦୁଇ ଜଣ ବୟସ୍କ ବ୍ୟକ୍ତି ହାତୀ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବରପାଇ ବନବିଭାଗ ଓ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଲୋକଙ୍କୁ ହଟାଇବା ସହ ହାତୀକୁ ଘଉଡାଇବା କାର୍ଯ୍ୟ ଜାରି ରଖିଛି ।

Comments are closed.