Odisha Link
Bridging the Missing Links in Odisha

ହୀରାକୁଦର ୨୪ଟି ଗେଟ୍ ଖୋଲା, ତଳିଆ ଅଞ୍ଚଳକୁ ବିପଦ

ହୀରାକୁଦ: ଲଘୁଚାପ ଜନିତ ବର୍ଷା ହେତୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ଏହାରି ଭିତରେ ଆଜି ହୀରାକୁଦ ଡ୍ୟାମରୁ ୨୪ଟି ଗେଟ ଯୋଗେ ଜଳ ନିଷ୍କାସନ ଜାରି ରହିଛି। ଉପର ମୁଣ୍ଡରୁ ଜଳ ଭଣ୍ଡାରକୁ ଅଧିକ ଜଳ ପ୍ରବେଶ କରୁଥିବାରୁ ​‌ଏପରି କରାଯାଇଛି।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ବନ୍ଧର ୧୮ଟି ଫାଟକ ଦେଇ ଜଳ ନିଷ୍କାସନ କରାଯାଉଥିଲା। ଏହି ସମୟରେ ଜଳସ୍ତର ୬୨୨.୦୮ ଫୁଟ ରହିଥିଲା। ତେବେ ବିଳମ୍ବିତ ରାତିରେ ଜଳସ୍ତର ୬୨୨.୫୮ ଫୁଟ ହୋଇଯିବାରୁ ଆଉ ୨ଟି ଫାଟକ ଖୋଲାଯାଇଛି। ଆଜି ସକାଳୁ ଜଳସ୍ତର ବୃଦ୍ଧି ପାଇଥିବା ହେତୁ ଆଉ ୪ଟି ଗେଟ୍‌ ଖୋଲା ଯାଇଛି। ଡ୍ୟାମର ବାମ ପାର୍ଶ୍ବରେ ୧୪ ଓ ଡାହାଣ ପାର୍ଶ୍ବରେ ୧୦ଟି ଫାଟକ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି।

ହୀରାକୁଦକୁ ପ୍ରବେଶ କରୁଛି ୬ ଲକ୍ଷ ୫୬ ହଜାର ୬ କ୍ୟୁସେକ ଜଳ। ଅପରପକ୍ଷେ ହୀରାକୁଦ ଜଳ ଭଣ୍ଡାରରୁ ନିଷ୍କାସିତ ହେଉଛି ୩ ଲକ୍ଷ ୩୫ ହଜାର ୬୫୮ କ୍ୟୁସେକ୍‌ ଜଳ। ୨୪ଟି ଫାଟକ, ପାୱାର ଚ୍ୟା​‌ନେଲ ଓ କେନାଲ ଦେଇ ଜଳ ନିଷ୍କାସିତ ହେଉଛି। ସୂଚନାଯୋଗ୍ୟ ଯେ, ହୀରାକୁଦ ବନ୍ଧର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ।

Comments are closed.