୫ବର୍ଷର ଶିଶୁ ବଞ୍ଚାଇଲା ମାଙ୍କ ଜୀବନ

ଓଏଲ୍ ବ୍ୟୁରୋ: ୫ବର୍ଷର ଶିଶୁ ବଞ୍ଚାଇଲା ନିଜ ମାଙ୍କ ଜୀବନ। ନିଜର ଉପସ୍ଥିତ ବୁଦ୍ଧି ବଳରେ ନିଜ ମାଙ୍କ ଜୀବନ ବଞ୍ଚାଇଲା ୫ବର୍ଷିୟ ଶିଶୁ। ଶିଶୁଟିର ମା ଅଚେତ ହୋଇ ପଡ଼ିଥିଲେ। ଯଦି ସଠିକ୍ ସମୟରେ ମହିଳା ଜଣଙ୍କ ମେଡିକାଲରେ ପହଁଞ୍ଚି ପାରି ନଥାନ୍ତେ ଏପରିକି ତାଙ୍କ ଜୀବନ ମଧ୍ୟ ଚାଲି ଯାଇଥାନ୍ତା। ହେଲେ ୫ବର୍ଷର ପିଲାଟି ପାଇଁ ତାଙ୍କ ଜୀବନ ବଞ୍ଚିଗଲା। ଏଭଳି ଘଟଣା ଘଟିଛି ଇଂଲଣ୍ଡର ଟେଲଫୋର୍ଡ ଅଞ୍ଚଳରେ।
୫ବର୍ଷିୟ ଶିଶୁଟିର ନାମ ଜୋଶ ଚେପମ୍ୟାନ୍। ଜୋଶ ନିଜ ଭାଇଙ୍କ ସହ ଖେଳୁଥିଲେ। ସେହି ସମୟରେ ଦେଖିବାକୁ ପାଇଲେ ଯେ ତାଙ୍କ ମା ଅଚେତ ହୋଇ ତଳେ ପଡ଼ିଛନ୍ତି। ଜୋଶ ଡେରି ନକରି ନିଜର ଖେଳନା ଆମ୍ବୁଲାନ୍ସରେ ଥିବା ୧୧୨ ଜରୁରୀକାଳୀନ ନମ୍ବରକୁ ଫୋନ କରିଥିଲେ। ସେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ପରେ ପୁଲିସ୍ ଆସି ତାଙ୍କ ମାଙ୍କୁ ମେଡିକାଲ ନେବାରେ ସାହାଯ୍ୟ କରିଥିଲା। ଯାହା ଫଳରେ ଜୋଶଙ୍କ ମାଙ୍କର ଜୀବନ ବଞ୍ଚିଗଲା।
https://www.facebook.com/westmerciapolice/photos/a.387081388167/10158471815033168/?type=3&theater
ପୁଲିସ୍ ସୁପରିଡେଣ୍ଟ କହିଛନ୍ତି ଯେ, ଯଦି ଡେରି ହୋଇ ଥାଆନ୍ତା ତେବେ ଜୋଶଙ୍କ ମାଙ୍କର ଜୀବନ ଚାଲି ଯିବାର ମଧ୍ୟ ଆଶଙ୍କା ଥିଲା। ଏଥିସହିତ ପୁଲିସ୍ କର୍ମଚାରୀମାନେ ଜୋଶଙ୍କ ଏଭଳି କାର୍ଯ୍ୟକୁ ଭୁରି ପ୍ରଶଂସା କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏହି ଖବର ପ୍ରକାଶ ପାଇବା ପରେ ଜୋଶଙ୍କ ପାଖକୁ ଛୁଟୁଛି ପ୍ରଶଂସାର ସୁଅ।