Odisha Link
Bridging the Missing Links in Odisha

ଚଳିତବର୍ଷ IPL ଖେଳିବେନି ରାଇନା, ଘରକୁ ଫେରିଲେ

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇପିଏଲ୍‌ ଖେଳିବେନି CSKର ଉପ-ଅଧିନାୟକ ଷ୍ଟାର ଖେଳାଳି ସୁରେଶ ରାଇନା। ବ୍ୟକ୍ତିଗତ କାରଣରୁ ଭାରତ ଫେରିଛନ୍ତି ଏହି ବାମହାତି ବ୍ୟାଟସମ୍ୟାନ୍। ଫଳରେ ଚଳିତ ବର୍ଷ ଆଇପିଏଲ ଖେଳିବେ ନାହିଁ ବୋଲି ସୂଚନା ରହିଛି। ଯାହାଫଳରେ CSK କୁ ଲାଗିଛି ଆଉ ଏକ ଝଟକା।

ବ୍ୟକ୍ତିଗତ କାରଣରୁ ସୁରେଶ ରାଇନା ଭାରତ ଫେରିଛନ୍ତି ଏବଂ ଚଳିତ ଆଇପିଏଲ ସିଜନର ଅବଶିଷ୍ଟ ସମୟ ପାଇଁ ଉପଲବ୍ଧ ହେବ ନାହିଁ। ଚେନ୍ନାଇ ସୁପର କିଙ୍ଗ୍ସ ଏହି ସମୟରେ ସୁରେଶ ଏବଂ ତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ସମର୍ଥନ କରୁଛି ବୋଲି CSKର ସିଇଓ କେ.ଏସ୍‌ ବିଶ୍ବନାଥନ କହିଛନ୍ତି।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ସମୟରେ ଚେନ୍ନାଇ ପ୍ରଶଂସକଙ୍କ ଭଲ ପାଇବା ଏବଂ ସମର୍ଥନ ପାଇଥିବାରୁ ସେ ବହୁତ ଖୁସି ବୋଲି ରାଇନା କହିଛନ୍ତି। ରାଇନା କହିଛନ୍ତି ଯେ ସିଏସକେ ପ୍ରଶଂସକମାନେ ତାଙ୍କୁ ଏବଂ ଏମଏସ ଧୋନିଙ୍କୁ ଦେଇଥିବା ଭଲ ପାଇବାକୁ ସାରା ଜୀବନ ସମ୍ମାନ ଜଣାଇବେ ବୋଲି କହିଛନ୍ତି ରାଇନା।

ସୂଚନାଥାଉକି, ୩୩ ବର୍ଷିୟ ସୁରେଶ ରାଇନା ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ।

Comments are closed.