Odisha Link
Bridging the Missing Links in Odisha

କୋରାପୁଟ ଓ ମାଲକାନଗିରି ଗସ୍ତରେ ପୋଲିସ ଡିଜି

କୋରାପୁଟ: କୋରାପୁଟ ଓ ମାଲକାନଗିରି ଗସ୍ତରେ ଅଛନ୍ତି ପୋଲିସ ଡିଜି ଅଭୟ। କୋରାପୁଟ ଜିଲ୍ଲା ଗସ୍ତ ସମୟରେ ଜିଲ୍ଲା ପୋଲିସ ଜାର୍ଯ୍ୟାଳୟରେ ଏକ ବୈଠକରେ ଯୋଗଦେଇଥିଲେ , ଏବଂ ବିଭିନ୍ନ ସ୍ଥିତିର ସମୀକ୍ଷା ମଧ୍ୟ କରିଥିଲେ। କୋରାପୁଟ ଏସପିଙ୍କ କାର୍ଯ୍ୟାଲୟରେ ହୋଇଥିବା ରୁଦ୍ଧ ଦ୍ୱାର ବୈଠକରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ, ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ, ଏସଓଜି କମାଣ୍ଡେଣ୍ଟଙ୍କ ସମେତ ଓଏସଏପି ଏବଂ ଆଇଆରବି କୋବ୍ରା ବାଟାଲିୟନର କମାଣ୍ଡେଣ୍ଟମାନେ ଉପସ୍ଥିତ ରହିଥିଲେ ।

ତେବେ କୋରାପୁଟ ଜିଲ୍ଲାର ଅଧିକାଂଶ ପୋଲିସ ଅଧିକାରୀ ଏବେ କରୋନାରେ ଆକ୍ରାନ୍ତ ହୋଇ କ୍ୱାରେଣ୍ଟାଇନରେ ରହିଛନ୍ତି। ସେପଟେ ସୁସ୍ଥ ହୋଇ କିଛି ଅଧିକାରୀ ଫେରିଛନ୍ତି। ସେମାନଙ୍କୁ ଉତ୍ସାହିତ କରିବା ସହ ସ୍ୱାସ୍ଥ୍ୟ ସଂପର୍କରେ ପଚାରି ବୁଝିଛନ୍ତି। ସେହିପରି ଜିଲ୍ଲାରେ ମାଓ ସ୍ଥିତି, ଆଇନ ଶୃଙ୍ଖଳା, ଗଂଜେଇ ଚାଷ ଓ ଚୋରାଚାଲାଣ ସମ୍ପର୍କରେ ସମୀକ୍ଷା କରିଛନ୍ତି ଡିଜିପି ।

Comments are closed.